ଟିକେଟ ହଜିଗଲେ କିମ୍ବା ଟ୍ରେନ ମିସ ହୋଇଗଲେ କିପରି କରିବେ ରେଳ ଯାତ୍ରା ଜାଣନ୍ତୁ !

ନୂଆଦିଲ୍ଲୀ: ଭାରତରେ ଗମନାଗମନର ଏକ ପ୍ରମୁଖ ମାଧ୍ୟମ ହେଉଛି ଟ୍ରେନ । ଯଦି ଟ୍ରେନରେ ଯାତ୍ରା କରିବା ସଦମୟରେ ରେଳବିଭାଗର କିଛି ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଅଧିକାଂଶ ରେଳଯାତ୍ରୀ ନିୟମ ଜାଣି ନଥିବାରୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ରେଳ ବିଭାଗର ଏପରି କିଛି ନିୟମ ସମ୍ପର୍କରେ ଜାଣିବା ଯାହାକି ଆମକୁ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଅନେକ ସାହାଯ୍ୟରେ ଆସିବ।

ଟ୍ରେନ ମିସ ହେଲେ କ’ଣ କରିବେ

ଆପଣ ଟ୍ରେନରେ ଯାତ୍ରା କରିବା ପାଇଁ ସଂରକ୍ଷିତ ବଗିରେ ଟିକେଟ କରିଛନ୍ତି ଏବଂ ଟ୍ରେନ ମିସ କରିବା ଯୋଗୁଁ ଯାତ୍ରା କରି ପାରନ୍ତି ନାହିଁ। ତେବେ ଏପରି କ୍ଷେତ୍ରରେ ଆପଣ ଜାଣି ରଖିବା ଉଚିତ, ଟିଟିଇ ଆଗାମୀ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ ଏହି ସିଟକୁ କାହାକୁ ପ୍ରଦାନ କରି ପାରିବେ ନାହିଁ। ଯଦି ଟ୍ରେନ ମିସ ହୋଇଯାଇଥାଏ ତେବେ ଆଗାମୀ ଷ୍ଟେସନରୁ ମଧ୍ୟ ଯାତ୍ରା କରି ପାରିବେ କିନ୍ତୁ ଟ୍ରେନ ମିସ ହେବାର ଦୁଇଟି ଷ୍ଟେସନ ପାର ହେବା ପରେ ଟିଟିଇ ଆପଣଙ୍କ ସିଟକୁ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ପ୍ରଦାନ କରିପାରିବେ ।

ଏତଦ୍‌ ବ୍ୟତୀତ ଟ୍ରେନ ମିସ କରୁଥିବା ଯାତ୍ରୀ ଟିଡିଆର ଫାଇଲ କରିପାରିବେ। ଏହାଦ୍ୱାରା ଟିକେଟର ବେସ ପ୍ରାଇସର ୫୦ ପ୍ରତିଶତ ଟଙ୍କା ଫେରିପାଇବେ ଯାତ୍ରୀ । ଯଦି ୨୦୦ କିମି ଭିତରେ ଯାତ୍ରା କରିବାକୁ ଟିକେଟ କାଟିଥାନ୍ତି କିନ୍ତୁ କୌଣସି କାରଣବଶତଃ ଟ୍ରେନ ମିସ ହୋଇଥାଏ ତେବେ ବୋର୍ଡିଙ୍ଗ ଷ୍ଟେସନରୁ ଟ୍ରେନ ଛାଡିବାର ତିନି ଘଣ୍ଟା ମଧ୍ୟରେ ଟିକେଟ ବାତିଲ କରିବା ପାଇଁ ଆବେଦନ କରି ଟଙ୍କା ରିଫଣ୍ଡ ପାଇପାରିବେ ।

ସେହିଭଳି ୨୦୦ରୁ ୫୦୦ କିମି ଯାତ୍ରା ସମୟରେ ୬ ଘଣ୍ଟା ମଧ୍ୟରେ ଟିକେଟ ବାତିଲ ଓ ୫୦୦ରୁ ଅଧିକ କି.ମି ଯାତ୍ରା କରିବା ପୂର୍ବରୁ ଟ୍ରେନ ମିସ କରୁଥିଲେ ୧୨ ଘଣ୍ଟା ମଧ୍ୟରେ ଟିକେଟ ବାତିଲ କରିବା ପାଇଁ ଆବେଦନ ଦ୍ୱାରା ଟଙ୍କା ଫେରସ୍ତ ହୋଇଥାଏ ।

ଟିକେଟ ହଜିଗଲେ

ଯାତ୍ରା କରିବା ପୂର୍ବରୁ ଯଦି ଟିକେଟ ହଜି ଯାଇଥାଏ ତେବେ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଟିକେଟ ହଜିଗଲେ ମଧ୍ୟ ଆପଣ ଟ୍ରେନରେ ଯାତ୍ରା କରି ପାରିବେ । ତେବେ ଏଥିପାଇଁ ଯାତ୍ରୀଙ୍କୁ କିଛି ରେଳବିଭାଗର ନିୟମ ପାଳନ କରିବାକୁ ପଡିବ। ବୋର୍ଡିଙ୍ଗ ଷ୍ଟେସନରେ ଚିଫ୍‌ ରିଜର୍‌ଭେସନ ସୁପରଭାଇଜରଙ୍କୁ ଆଉ ଏକ ଟିକେଟ ଇସ୍ୟୁ କରିବା ପାଇଁ ଦରଖାସ୍ତ ଦେବାକୁ ପଡିବ । ଏହାବାଦ ପରିଚୟପତ୍ର ଓ ଫଟୋକପି ମଧ୍ୟ ଯାତ୍ରୀଙ୍କୁ ଦେବାକୁ ପଡିଥାଏ । ତେବେ ଯାତ୍ରା ଆରମ୍ଭ କରିବାର ୨୪ ଘଣ୍ଟା ପୂର୍ବରୁ ଆପଣଙ୍କୁ ଏହି ଦରଖାସ୍ତ ଦେବାକୁ ପଡିବ । ଦରଖାସ୍ତ ଯାଞ୍ଚ ହେବା ପରେ ଅଳ୍ପକିଛି ଟଙ୍କା ନେଇ ଆପଣଙ୍କ ନାମରେ ଆଉ ଏକ ଟିକେଟ ଇସ୍ୟୁ କରାଯାଇଥାଏ ।

ଯାତ୍ରା ସମୟରେ ଗନ୍ତବ୍ୟସ୍ଥଳ ମଧ୍ୟ ପରିବର୍ତ୍ତନ କରି ପାରିବେ

କୌଣସି କାରଣବସତଃ ଯଦି ଆପଣ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଟିକେଟ ନ କରି ତାହାର ପୂବେ ଷ୍ଟେସନ ପର୍ଯ୍ୟନ୍ତ ଟିକେଟ ବୁକିଂ କରିଛନ୍ତି । ତେବେ ଏଥିପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ । ଯାତ୍ରା ସମୟରେ ମଧ୍ୟ ଟିଟିଇଙ୍କ ଜରିଆରେ ଆପଣଙ୍କ ଗନ୍ତବ୍ୟସ୍ଥଳ ପଯ୍ୟନ୍ତ ଟିକେଟ ବୁକ୍‌ କରିପାରିବେ । ଏଥିପାଇଁ ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ । ଟଟିଇଙ୍କ ଦ୍ୱାରା ଟିକେଟ ଇସ୍ୟୁ ହେବା ପରେ ଆପଣଙ୍କୁ ଏକ ନୂଆ ବଗି ଆଲର୍ଟ କରାଯିବ ।

ସମ୍ବନ୍ଧିତ ଖବର