ନୂଆଦିଲ୍ଲୀ: କାଲିଠୁ ଜାତୀୟ ରାଜପଥରେ ଯାତ୍ରା କରିବା ହେବ ମହଙ୍ଗା। ଗୁରୁବାର ରାତି ୧୨ଟାରୁ ଜାତୀୟ ରାଜପଥରେ ଯାତ୍ରା କରିବା ପାଇଁ ଦେବାକୁ ହେବ ଅଧିକ ଟଙ୍କା। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) ଟୋଲ ଟ୍ୟାକ୍ସକୁ ୧୦ରୁ ୬୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଛୋଟ ଯାନ ପାଇଁ ୧୦ରୁ ୧୫ଟଙ୍କା ବୃଦ୍ଧି ହୋଇଥିବାବେଳେ ବାଣିଜ୍ୟିକ ଯାନ ପାଇଁ ୬୫ଟଙ୍କା ବୃଦ୍ଧି କରାଯାଇଛି। ଏପ୍ରିଲ୍ ୧ ରୁ ଜାତୀୟ ରାଜପଥରେ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ନିୟମ କେବଳ ଦିଲ୍ଲୀ-ମେରୁଟ ଏକ୍ସପ୍ରେସୱେ ପାଇଁ ଲାଗୁ କରାଯିବ।
ଏନଏଚଏଆଇ ଅନୁଯାୟୀ, ଯଦି ଦିଲ୍ଲୀର ସରାୟ କାଲେ ଖାଁରୁ ଜାତୀୟ ରାଜପଥ ଦେଇ ଗାଡ଼ି ରସୁଲପୁର ସିକରୋଡରେ ଟୋଲ ଗେଟ୍(ଦୂରତା ୩୧କିଲୋମିଟର) ପର୍ଯ୍ୟନ୍ତ ଆସୁଛି, ତେବେ ଗାଡିଗୁଡିକୁ ୧୦୦ଟଙ୍କାର ଟିକସ ଦେବାକୁ ପଡିବ। ଯଦି ସରାୟ କାଲେ ଖାଁରୁ ଗାଡ଼ି ଭୋଜପୁର (୪୫କିଲୋମିଟର ଦୂରତା)ପର୍ଯ୍ୟନ୍ତ ଆସୁଛି ତେବେ ଗାଡ଼ିକୁ ୧୩୦ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ଏବଂ ଯଦି ଗାଡ଼ିଟି ଶେଷ ଟୋଲ ପ୍ଲାଜା କାଶୀ (ଦୂରତା ୫୮.୨୩କିଲୋମିଟର)ପର୍ଯ୍ୟନ୍ତ ଆସୁଛି ତେବେ ୧୫୫ଟଙ୍କା ଦେବାକୁ ପଡିବ।
/sambad/media/post_attachments/3d73a59ce4562abf340e9f14948fd32e0faae5074e09a1d242a8a701588384fb.jpg)
ସେହିଭଳି ବସ୍ ଏବଂ ଟ୍ରକକୁ ରସୁଲପୁର ପର୍ଯ୍ୟନ୍ତ ଆସିବା ପାଇଁ ୩୪୫ଟଙ୍କା, ଭୋଜପୁର ପର୍ଯ୍ୟନ୍ତ ଆସିବା ପାଇଁ ୪୩୫ଟଙ୍କା ଏବଂ ମେନ୍ ପ୍ଲାଜା କାଶୀ ପର୍ଯ୍ୟନ୍ତ ଆସିବା ପାଇଁ ୫୨୦ଟଙ୍କା ଦେବାକୁ ପଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/2ddb0d94-12f3-4d78-9134-daddcb83a9ea.jpg)