କୋଷାଗାର ୨୭ ଓ ୨୮ରେ ଖୋଲାରହିବ

ଭୁବନେଶ୍ବର : ଚଳିତମାସ ୨୭ ଓ ୨୮ ତାରିଖରେ ରାଜ୍ୟର ସମସ୍ତ କୋଷାଗାର, ଉପ କୋଷାଗାର ଓ ସ୍ବତନ୍ତ୍ର କୋଷାଗାର ଖୋଲା ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ବିଭିନ୍ନ ଦେୟ ସଂପର୍କିତ ବିଲ୍‌ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରିବା ଲାଗି କୁହାଯାଇଛି। ଏ ସଂପର୍କରେ ଡିଡିଓ (ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର) ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାଲାଗି ପ୍ରଶାସନିକ ବିଭାଗଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର