ବାଲ୍‌କୋ ମେଡିକାଲ୍ ସେଣ୍ଟର୍‌ରେ କ୍ୟାନ୍‌ସର୍‌ ଚିକିତ୍ସା‌

ଭୁବନେଶ୍ବର : ବେଦାନ୍ତର ‌ବାଲ୍‌କୋ ମେଡିକାଲ୍ ସେଣ୍ଟର ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ମଧ୍ୟରେ ସହବନ୍ଧନ ସ୍ଥାପନ ହୋଇଛି। ଏହା ଜରିଆରେ ଏହି ଯୋଜନାର ହିତାଧିକାରୀମାନେ ଗୁଣାତ୍ମକ କ୍ୟାନସର୍‌ ଚିକିତ୍ସା ପାଇପାରିବେ। ଓଡ଼ିଶା ବାହାରେ ଏହି ଯୋଜନାର ୧୨ଟି ହସ୍ପିଟାଲ୍‌ ଏମ୍‌ପାନେଲ୍‌ ହୋଇ ରହିଛନ୍ତି। ସେଥିରୁ ବାଲ୍‌କୋ ମେଡିକାଲ୍ ସେଣ୍ଟର୍‌ ହେଉଛି ଅନ୍ୟତମ।

ବାଲ୍‌କୋ ମେଡିକାଲ୍ ସେଣ୍ଟର୍‌ ପକ୍ଷରୁ ବିଭିନ୍ନ ପ୍ରକାର କ୍ୟାନ୍‌ସର୍‌ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଏହି ଅବସରରେ ମେଡିକାଲ୍‌ର ଅଧ୍ୟକ୍ଷା ଜ୍ୟୋତି ଅଗରୱାଲ୍ କହିଛନ୍ତି ଯେ ଭାରତର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଗୁଣାତ୍ମକ କ୍ୟାନସର୍‌ ଚିକିତ୍ସା ସୁବିଧା ପହଞ୍ଚାଇବା ଲାଗି ବେଦାନ୍ତ ପକ୍ଷରୁ ନୟା ରାୟପୁରରେ ବାଲ୍‌କୋ ମେଡିକାଲ୍ ସେଣ୍ଟର ସ୍ଥାପନ କରାଯାଇଥିଲା। ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବୋଝ ହାଲୁକା କରିବା ଲାଗି ମେଡିକାଲ୍ କର୍ତ୍ତୃପକ୍ଷ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହିତ ସହଭାଗିତା ସ୍ଥାପନ କରୁଛି ବୋଲି ସେ କହିଛନ୍ତି। ବାଲ୍‌କୋ ମେଡିକାଲ୍ ହସ୍ପିଟାଲ୍‌ରେ ମକମୋଥେରାପି, ଆଧୁନିକ ଲିନିଅର ଆସେଲେଟର ଓ ସ୍ପେକ୍ଟ ସିଟି ମେସିନ୍ ଭଳି ସୁବିଧା ରହିଛି।

ସମ୍ବନ୍ଧିତ ଖବର