ଆଜି ଲଞ୍ଚ ହେବ ରେନଲଟ ଟ୍ରାଇବର, ଏକା ସମୟରେ ବସିପାରିବେ ୭ ଜଣ

ନୂଆଦିଲ୍ଲୀ: କାର ଓ ଏସୟୁଭି କମ୍ପାନି ରେନୋ ର ନୂଆ ଗାଡି ଟ୍ରାଇବରକୁ ଆଜି ଲଞ୍ଚ କରାଯିବ । ରେନୋ ଟ୍ରାଇବରକୁ ଭାରତ ଓ ଫ୍ରାନ୍ସର ରେନୋ ଟିମ ମିଳିତ ଭାବରେ ଭାରତୀୟ ମାର୍କେଟ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରିଛନ୍ତି । ଏହାର ଚେନ୍ନାଇରେ  ଥିବା ନିର୍ମାଣ କେନ୍ଦ୍ରରେ ନୂଆ କାରର ଉତ୍ପାଦନ ଆରମ୍ଭ ହୋଇସାରିଛି । ରେନୋ ଟ୍ରାଇବରକୁ ଆକର୍ଷଣୀୟ ଭାବରେ ଡିଜାଇନ୍ କରାଯାଇଛି । ଏହି କାରଟି ୭ ସିଟର ହେବାକୁ ଥିବାବେଳେ କାରଟି ବର୍ତ୍ତମାନର କ୍ୱିଡ଼ର ଅପଡେଟ ଭର୍ସନ ହେବ | ଏହି କାରର ମୂଲ୍ୟ ପାଖାପାଖି ୫.୩ ଲକ୍ଷରୁ ଆରମ୍ଭ ହୋଇ ୮ ଲକ୍ଷ ମଧ୍ୟରେ ହେବ |

ବିଶେଷକରି ନୂଆ ଡିଜାଇନର ହେଡଲାଇଟ,ଭି ଆକୃତିର ଗ୍ରିଲ ଓ କ୍ରୋମ ବମ୍ପର ଦେଖିବାକୁ ମିଳିବ | ଟ୍ରାଇବରରେ ଅଧିକ ସ୍ଥାନ ମିଳିବ | ଡୁଆଲ ଟୋନ ଈଂଟରିୟର ସାଙ୍ଗକୁ ଷ୍ଟିୟରିଂ ହ୍ୱିଲ ମିଳିବ, ଯେଉଁଥିରେ ବହୁତ କିଛି କଣ୍ଟ୍ରୋଲ ସିଷ୍ଟମ ରହିବ | ସାତ ଜଣ ବସିବାକୁ ଥିବା ବେଳେ ଟଚସ୍କ୍ରିନ ଇନ୍ଫୋଟେନମେଣ୍ଟ ସିଷ୍ଟମ ମିଳିବ | ସେହିପରି ସୁରକ୍ଷାକୁ ଏହି କାରରେ ଗୁରୁତ୍ୱ ଦିଆଯାଇଛି |

ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ ସହ ଏବିଏସ, ରିୟର ପାର୍କିଙ୍ଗ ସେନ୍ସର ଭଳି ଫିଚର ଉପଲବ୍ଧ ହେବ | ୧୦୦୦ ସିସିର ଇଂଜିନ କ୍ଷମତା ଥିବା ଏହି କାରରେ ୫ ସ୍ପିଡ଼ ୟୁନିଟର ମାନୁଆଲ ଗିୟରବକ୍ସ ମିଳିବ | ପରେ ଏହି କାରରେ ଅଟୋମେଟିକ ଟ୍ରାନ୍ସମିଶନ ମିଳିପାରେ |

ସମ୍ବନ୍ଧିତ ଖବର