ଟିକସ କଟକଣା ଏଡ଼ାଇବା ପାଇଁ ଭାରତ ଆମ ସହିତ ବାଣିଜ୍ୟ ବୁଝାମଣା ଚାହୁଛି: ଟ୍ରମ୍ପ

ୱାସିଂଟନ:ଟିକସ କଟକଣା ଏଡ଼ାଇବା ପାଇଁ ଆମେରିକା ସହିତ ବାଣିଜ୍ୟ ବୁଝାମଣା କରିବାକୁ ଭାରତ ଚାହୁଛି ବୋଲି ଆ‌େମରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଆମେରିକାର ପ୍ରତିନିଧି ଭାରତର ଅଧିକାରୀଙ୍କ ସହ ବ୍ୟବସାୟକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ଫେରିଯାଇଛନ୍ତି। ଏହାର କିଛି ଦିନ ପରେ ଟ୍ରମ୍ପ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଆମ ସହ ବାଣିଜ୍ୟ ବୁଝାମଣା କରିବାକୁ ଚାହୁଛି। କାରଣ ଭାରତ ଚାହୁନି ନିଜ ଉତ୍ପାଦ ଉପରେ ଆମେରିକା ଟିକସ ବୃଦ୍ଧି କରୁ। ଟ୍ରମ୍ପ୍ ସବୁ ବେଳେ ଅଭିଯୋଗ କରନ୍ତି ଯେ, ଭାରତ ଆମେରିକୀୟ ସାମଗ୍ରୀ ଉପରେ ୧୦୦% ଟିକସ ଲଗାଉଛି। କିନ୍ତୁ ଏଥର ସେ ଭିନ୍ନ କଥା କହିଛନ୍ତି। ଅନ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତି ଉଦାହରଣ ନେଇ ସେ ଭାରତ କଥା କହିଛନ୍ତି। ଭାରତ ଅନ୍ୟ କାହା ସହିତ ବୁଝାମଣା କରିବାକୁ ଚାହୁନି। କେବଳ ଆମ ସହିତ ବାଣିଜ୍ୟ ବୁଝାମଣା କରିବାକୁ ଚାହୁଛି ବୋଲି ଟ୍ରମ୍ପ୍ କହିଛନ୍ତି।

ସମ୍ବନ୍ଧିତ ଖବର