ଟିକ୍‌ଟକ୍‌କୁ କିଣିବା ପାଇଁ ଟ୍ରମ୍ପ୍‌ଙ୍କ ସହ କଥା ହେଲେ ସତ୍ୟ ନାଡେଲା

ୱାସିଂଟନ: ଲୋକପ୍ରିୟ କ୍ଷୁଦ୍ର ଭିଡିଓ ଆପ୍ ଟିକ୍‌ଟକ୍‌କୁ ଆମେରିକୀୟ କଂପାନିରେ ପରିଣତ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୋଜନା ରଖିଛନ୍ତି। ମାଇକ୍ରୋସଫ୍ଟ ଜରିଆରେ ଆମେରିକା ସମେତ କାନାଡା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଟିକ୍‌ଟକ୍‌ର ବ୍ୟବସାୟକୁ କିଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି।‌ ଏନେଇ ଟ୍ରମ୍ପ୍ ଓ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଭିତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଅଂଶଧନ ବିକ୍ରି ପାଇଁ କଥାବାର୍ତା ହେବା ଲାଗି ଟିକ୍‌ଟକ୍‌ର ମୂଳ କଂପାନି ଚୀନ୍‌ର ବାଇଟ୍‌ଡ୍ୟାନ୍ସକୁ ୪୫ ଦିନର ମହଲତ ପ୍ରଦାନ କରିବା ଉପରେ ଟ୍ରମ୍ପ୍ ବିଚାର କରୁଛନ୍ତି। କିଛି ଦିନ ତଳେ ଟିକ୍‌ଟକ୍‌କୁ ଆମେରିକୀୟ କଂପାନିରେ ପରିଣତ କରିବାର ଯୋଜନା ପ୍ରସ୍ତୁତ କରାଯାଇଥିଲା। ମାତ୍ର ସେଥିପ୍ରତି ବାଇଟ୍‌ଡ୍ୟାନ୍ସ ଆଗ୍ରହ ପ୍ରକାଶ ନକରିବାରୁ ଆମେରିକାରେ ଟିକ୍‌ଟକ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ ବୋଲି ଟ୍ରମ୍ପ୍ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର