ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପରେ ନିର୍ବାଚନରେ ପରାଜିତ ହୋଇସାରିଛନ୍ତି। ଆସନ୍ତା ୨୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାସତ୍ତ୍ବେ ଚୀନ ଉପରେ ତାଙ୍କର ରାଗ କମୁନାହିଁ। ସ୍ମାର୍ଟଫୋନ କମ୍ପାନି ସାଓମି ସମେତ ୯ଟି କମ୍ପାନିକୁ ଟ୍ରମ୍ପ ଆମେରିକାରେ କଳାତାଲିକାଭୁକ୍ତ ଘୋଷଣା କରିଛନ୍ତି। ଏସବୁ କମ୍ପାନିଗୁଡ଼ିକର ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ସଂପର୍କ ଥିବା ଅଭିଯୋଗ ରହିଛି। ଫଳରେ ଆମେରିକା ପକ୍ଷରୁ ଏହି କମ୍ପାନିଗୁଡ଼ିକୁ କମ୍ୟୁନିଷ୍ଟ ଚାଇନିଜ୍ ମିଲିଟାରି କମ୍ପାନିଜ୍ ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ଫଳରେ ଗତ ନଭେମ୍ବରରେ ଟ୍ରମ୍ପ ଜାରି କରିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ଏହି କମ୍ପାନିଗୁଡ଼ିକୁ ପାଳନ କରିବାକୁ ହେବ। ଫଳରେ ଏସବୁ କଳାତାଲିକାଭୁକ୍ତ କମ୍ପାନିଗୁଡ଼ିକରେ କୌଣସି ଆମେରିକୀୟ ନିବେଶ କରିପାରିବେ ନାହିଁ। ନିଷିଦ୍ଧ ଘୋଷଣା କରାଯାଇଥିବା କମ୍ପାନିଗୁଡ଼ିକରୁ ଆମେରିକୀୟ ନିବେଶକମାନେ ସେମାନଙ୍କ ପୁଞ୍ଜିକୁ ଆସନ୍ତା ନଭେମ୍ବର ସୁଦ୍ଧା ପ୍ରତ୍ୟାହାର କରିବେ। ତେବେ ସାଓମି ପକ୍ଷରୁ ଏହା ଉପରେ ପ୍ରତିକ୍ରିୟା ରଖାଯାଇଛି। ଚୀନର ସେନା କିମ୍ବା କମ୍ୟୁନିଷ୍ଟ ପାର୍ଟି ସହିତ ତାଙ୍କ କମ୍ପାନିର କୌଣସି ସଂପର୍କ ନାହିଁ ବୋଲି କହିଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ପ୍ରଭାବ କେତେ ମାତ୍ରାରେ ପଡ଼ିବ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି କୁହାଯାଉଛି।
ଚୀନ୍ର ୯ କମ୍ପାନିକୁ ନିଷିଦ୍ଧ କଲେ ଟ୍ରମ୍ପ
/sambad/media/post_attachments/wp-content/uploads/2021/01/trump2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)