ନୂଆଦିଲ୍ଲୀ: ଭାରତ ସହିତ ଅନ୍ତରୀଣ ବାଣିଜ୍ୟ ରାଜିନାମା ନେଇ ଆମେରିକା କାର୍ଯ୍ୟ କରୁଛି। ଏହି ରାଜିନାମାରେ ଟ୍ରମ୍ପ ପ୍ରଶାସନ ଭାରତ ପାଇଁ ରଖିଥିବା ପ୍ରସ୍ତାବିତ ଶୁଳ୍କକୁ ୨୦ ପ୍ରତିଶତରୁ କମ୍‌ ରଖିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦି ଏହାକୁ ମଞ୍ଜୁରି ଦିଅନ୍ତି ତାହେଲେ ଅନ୍ୟ ଦେଶ ତୁଳନାରେ ଭାରତ ଅପେକ୍ଷାକୃତ ଭଲ ସ୍ଥିତିରେ ରହିବ। ଅନ୍ୟ ଦେଶଗୁଡ଼ିକ ଭଳି ଭାରତ ଚଳିତ ସପ୍ତାହରେ ଆନୁଷ୍ଠାନିକ ଶୁଳ୍କ ବୃଦ୍ଧି ନୋଟିସ ପାଇବା ଆଶା କରାଯାଉନାହିଁ।

Advertisment

ସରକାରୀ ବିବୃତି ଜରିଆରେ ରାଜିନାମା ସଂପର୍କରେ ଘୋଷଣା ହୋଇପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ଅନ୍ତରୀଣ ବାଣିଜ୍ୟ ରାଜିନାମା ଉଭୟ ପାଇଁ ଭବିଷ୍ୟତ ଆଲୋଚନା ଅବ୍ୟାହତ ରଖିବା ଦିଗରେ ସହାୟକ ହେବ। ଚଳିତବର୍ଷ ଶେଷ ବେଳକୁ ଏକ ବୃହତ୍ ରାଜିନାମା ହେବା ପୂର୍ବରୁ ଅସମାହିତ ସମସ୍ୟାର ସମାଧାନ କରିବା ଲାଗି ଭାରତ ସମୟ ପାଇପାରିବ ବୋଲି କୁହାଯାଉଛି।