ୱାସିଂଟନ: ବିବାଦୀୟ ବିଗ୍ ବିଉଟିଫୁଲ୍ ବିଲ୍କୁ ନେଇ ଆମେରିକାର ଦୁଇ ଚର୍ଚ୍ଚିତ ଚେହେରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଘନିଷ୍ଠ କୁହାଯାଉଥିବା ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଉଭୟ ପରସ୍ପରକୁ କଡ଼ା କଥା କହିବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରି ମସ୍କ କହିଛନ୍ତି ଯେ ମୁଁ ନଥିଲେ ସେ ୨୦୨୪ ନିର୍ବାଚନ ହାରିଯାଇଥାନ୍ତେ। ସେ ଜଣେ କୃତଘ୍ନ ଲୋକ କହିବାକୁ ମସ୍କ ଭୁଲି ନାହାନ୍ତି। ମସ୍କଙ୍କ ସହିତ ଦେଖାଦେଇଥିବା ମତଭେଦକୁ ଟ୍ରମ୍ପ ସ୍ବୀକାର କରିଛନ୍ତି।
ମୁଁ ନଥିଲେ ସେ ଜିତିପାରିନଥାନ୍ତେ: ମସ୍କ
ଆଗକୁ ମସ୍କଙ୍କ ସହ ଭଲ ସମ୍ପର୍କ ରହିନପାରେ: ଟ୍ରମ୍ପ
ଆଗାମୀ ଦିନରେ ମସ୍କଙ୍କ ସହିତ ସମ୍ପର୍କ ଭଲ ରହି ନ ପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ମୁଁ ମସ୍କଙ୍କୁ ନେଇ ଭାରି ଅସନ୍ତୁଷ୍ଟ। ସେ ମୋତେ ବହୁତ ସାହାଯ୍ୟ କରିଥିଲେ। ବିଲ୍ର ଭିତିରି କଥାକୁ ସେ ସବୁଠୁ ଅଧିକ ଜାଣିଥିଲେ। ସେତେବେଳେ ତାଙ୍କୁ କୌଣସି ଅସୁବିଧା ନ ଥିଲା। ମାତ୍ର ଯେତେବେଳେ ଇଭି ପଦକ୍ଷେପ ନିଆଗଲା, ତା’ପରଠାରୁ ତାଙ୍କର ଅସୁବିଧା ହେଲା ବୋଲି ଟ୍ରମ୍ପ କହିଛନ୍ତି।