ଟ୍ରାୟମ୍ଫ୍‌ର ନୂଆ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର୍‌ଏସ୍‌ ବାଇକ୍‌

ଭୁବନେଶ୍ୱର: ଟ୍ରାୟମ୍ଫ ମୋଟରସାଇକଲ୍‌ ଏହାର ନୂଆ ବାଇକ୍‌ ୨୦୧୭ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର୍‌ଏସ୍‌କୁ ଉନ୍ମୋଚନ କରିଛି। ଏହା ବହୁତ ଆକର୍ଷଣୀୟ ଏବଂ ଏଥିରେ ଅନେକ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏହା ଶକ୍ତିଶାଳୀ ମଧ୍ୟ। ଏଥିରେ ବ୍ୟବହାର କରାଯାଇଥିବା ଇଞ୍ଜିନ ଅଧିକ ଟର୍କ ଏବଂ ଶକ୍ତି ଉତ୍ପନ୍ନ କରୁଛି। ଏହାର ଲୁକ୍‌ ବେଶ ଆକର୍ଷଣୀୟ ହୋଇଛି। ଏହି ନୂତନ ବାଇକ୍‌ର ମୂଲ୍ୟ ୧୦ ଲକ୍ଷ ୫୫ ହଜାର ଟଙ୍କା ରହିଛି। କଂପାନିର ପରିଚାଳନା ନିର୍ଦେଶକ ଭିମଲ ସମ୍ବଲେ କହିଛନ୍ତି ଯେ ଏହି ନୂଆ ବାଇକ୍‌ ଅଧିକ ସୁବିଧା ଏବଂ ଷ୍ଟାଇଲ୍‌ ପ୍ରଦାନ କରୁଛି। ଟ୍ରାୟମ୍ଫ ଡିଲରସିପ୍‌ଗୁଡ଼ିକରେ ଏହି ବାଇକ୍‌ ବିକ୍ରି ପାଇଁ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର