‌ଆଇଫୋନ୍‌ ଅନ୍‌ଲକ୍‌ ପାଇଁ ଆପଲ୍‌ ଉପରେ ଟ୍ରମ୍ପ୍‌ଙ୍କ ଚାପ

ୱାସିଂଟନ : ଆପଲ୍‌ର ସ୍ମାର୍ଟଫୋନ୍ ଆଇଫୋନ୍‌ର ଏକ ବିଶେ‌ଷତ୍ବ ହେଉଛି ସେଥିରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ତାହାକୁ ସହଜରେ ଅନଲକ୍‌ କରାଯାଇପାରିବ ନାହିଁ। କେବଳ କଂପାନି ଚାହିଁଲେ ଆଇଫୋନ୍ ଅନଲକ୍ ‌ହୋଇପାରିବ। ଅପରାଧୀମାନଙ୍କ ଠାରୁ ଜବତ ହେଉଥିବା ଆଇଫୋନ୍‌ଗୁଡ଼ିକୁ ଅନଲକ୍‌ କରିବାରେ ସହାୟତା ପ୍ରଦାନ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆପଲ୍‌ କଂପାନି ଉପରେ ଚାପ ପକାଉଛନ୍ତି। ଟ୍ରମ୍ପ୍ ଟୁଇଟ୍ କରି ଜଣାଇଛନ୍ତି ଯେ, ଆମେରିକା ସରକାରଙ୍କ ନୀତି ଯୋଗୁଁ ଆପଲ୍ ଲାଭବାନ ହେଉଛି। କିନ୍ତୁ ସରକାରଙ୍କ ସହିତ କାର୍ଯ୍ୟ କରିବାକୁ ଏହା ମନା କରୁଛି।

ସମ୍ବନ୍ଧିତ ଖବର