ବରବାଦ ହେଉଛି ଚୀନ୍‌: ଟ୍ରମ୍ପ୍

ୱାସିଂଟନ: ବାଣିଜ୍ୟ ଲଢ଼େଇ ପ୍ରଭାବରେ ଚୀନ୍‌ ବରବାଦ୍‌ ହେଉଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ସେ କହିଲେ, ବିଗତ କିଛି ଦଶନ୍ଧୀ ମଧ୍ୟରେ ସବୁଠୁ ଖରାପ ସମୟ ଦେଇ ଚୀନ୍‌ ଗତି କରୁଛି। ସେଥିପାଇଁ ଏହା ବାଣିଜ୍ୟ ବୁଝାମଣା କରିବାକୁ ଆଗ୍ରହ ଦେଖାଉଛି। ଆମେରିକା ଏବେ ବାଣିଜ୍ୟ ବୁଝାମଣା କରିବାକୁ ପ୍ରସ୍ତୁତ ନୁହେଁ। ଚୀନ୍‌ର ଅବସ୍ଥା ଆହୁରି ଖରାପ ହେବ ବୋଲି ଟ୍ରମ୍ପ୍ କହିଛନ୍ତି। ଚୀନ୍‌ର ଅନେକ ସାମଗ୍ରୀ ଉପରେ ଆମେରିକା ଟିକସ ବଢ଼ାଇ ଦେବା ପରେ ଚୀନ୍‌ର ଅର୍ଥନୀତିରେ ତାହାର ବଡ଼ ଧରଣର ପ୍ରଭାବ ପଡ଼ିଛି। ଟ୍ରମ୍ପ୍ କରିଥିବା ଆକଳନକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍‌) ମଧ୍ୟ ସମର୍ଥନ କରିଥିବା ଭଳି ମନେ ହେଉଛି। ଚୀନ୍‌ର ଅଭିବୃଦ୍ଧି ହାର ୬.୨%କୁ ଖସିଯିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି।

ସମ୍ବନ୍ଧିତ ଖବର