ଭୁବନେଶ୍ବର: ଟାଟା ମୋଟର୍ସର ଡିଲରସିପ୍ ତୃପ୍ତି ମୋଟର୍ସର ପଟିଆ ଶାଖା ପକ୍ଷରୁ ଏକ ଇଭି କାର୍ ରୢାଲି ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟାରେ ତୃପ୍ତି ମୋଟର୍ସରୁ ଆରମ୍ଭ ହୋଇଥିବା ଏହି ରୢାଲି ନନ୍ଦନକାନନ ରୋଡ୍ରୁ ଓୟୁଏଟି ଦେଇ ଜିଞ୍ଜର ହୋଟେଲ୍ ପର୍ଯ୍ୟନ୍ତ ଆସିଥିଲା। ଟାଟା ମୋଟର୍ସର ସେଲ୍ସ ଏରିଆ ମ୍ୟାନେଜର (ଇଭି କାର୍) ସବ୍ୟସାଚୀ ଦାସ ଏହି ରୢାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଂପାନିର ପ୍ରଡକ୍ଟ ମ୍ୟାନେଜର ସୁବ୍ରତ ପଣ୍ଡା, ତୃପ୍ତି ଗ୍ରୁପ୍ର ଏମ୍ଡି ଶୁଭେନ୍ଦୁ ମହାନ୍ତି ଓ ସିଇଓ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।
ରୢାଲି ପାଇଁ ୨୫ ଜଣ ଗ୍ରାହକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଆମନ୍ତ୍ରଣ କରାଯାଇଥିଲା। ଏଥିରେ ଟାଟାର ନେକ୍ସନ୍, ଟିଆଗୋ, ଟିଗୋର୍ ଇଭି କାର୍କୁ ସାମିଲ କରାଯାଇଥିଲା। ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଇଭି କାର୍ର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତୃପ୍ତି ମୋଟର୍ସର କଷ୍ଟମର କେୟାର ମୁଖ୍ୟ ସତ୍ୟବ୍ରତ ଜେନା ଓ ବିକ୍ରି ମୁଖ୍ୟ ବିକାଶ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।