ଟି ଟି ଲିମିଟେଡ୍‌ର ଦୁଇ ପୋ‌ଷାକ କାରଖାନା କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ଟି. ଟି. ଲିମିଟେଡର ଦୁଇଟି ପୋଷାକ କାରଖାନା ୨୦୧୮-୧୯ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହୋଇଛି। ଅତ୍ୟାଧୁନିକ ପ୍ରଯୁକ୍ତି ବିଶିଷ୍ଟ ବିଶ୍ବଶ୍ରେଣୀର ଏହି ଦୁଇଟି କାରଖାନାରୁ ଗୋଟିଏ ତାମିଲନାଡ଼ୁର ଅବିନାଶିଠାରେ ହୋଇଥିବାବେଳେ ଅନ୍ୟଟି ଉତ୍ତର ପ୍ରଦେଶର ଗଜରାଉଳଠାରେ ହୋଇଛି। ଫଳରେ କମ୍ପାନିର ପୋଷାକ ଉତ୍ପାଦନ ଏବଂ ବିକ୍ରିକୁ ଏହା ସୁଦୃଢ଼ କରିବ। ଏଥିସହିତ କମ୍ପାନି ପ୍ୟାକେଜଡ ଫୁଡ, କୃଷି ସାମଗ୍ରୀ, ରି‌ଟେଲ, ଇ-କମର୍ସ ଭଳି ବ୍ୟବସାୟରେ ପ୍ରବେଶ ପାଇଁ ଯୋଜନା ଚଳାଇଛି। ସେବି ନିୟମ ଅନୁଯାୟୀ କମ୍ପାନି ଏହାର ନିର୍ଦେଶକମଣ୍ଡଳୀ ପୁନର୍ଗଠନ କରିଛି। କମ୍ପାନିର ପ୍ରତିଷ୍ଠାତା ସ୍ବାଧୀନ ନିର୍ଦେଶକ ନବରତନ ଜି ଡୁଗର ଇସ୍ତଫା ଦେଇଥିବାବେଳେ ପଦ୍ମଶ୍ରୀ ଭି ଆର ମେହେଟ୍ଟାଙ୍କୁ ପୁନଶ୍ଚ ୫ ବର୍ଷ ପାଇଁ ସ୍ବାଧୀନ ନିର୍ଦେଶକଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଙ୍କିତ ଗୁଲ୍‌ଗୁଲିଆଙ୍କୁ ସ୍ବାଧୀନ ନିର୍ଦେଶକଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର