ବେଙ୍ଗାଲୁରୁ: ଅଲ୍‌ଟ୍ରାଫ୍ରେସ୍ ମଡ୍ୟୁଲାର ସଲ୍ୟୁସନ୍ସ ସହିତ ଟିଟିକେ ପ୍ରେଷ୍ଟିଜ୍ ଗୁରୁତ୍ବପୂର୍ଣ୍ଣ ନିବେଶ ଓ ବ୍ୟବସାୟ ସହଯୋଗିତା ବୁଝାମଣା ସ୍ବାକ୍ଷର କରିଛି। ଅଲ୍‌ଟ୍ରାଫ୍ରେସ୍‌ର ୪୦%ରୁ ଅଧିକ ଅଂଶଧନକୁ ଟିଟିକେ ପ୍ରେଷ୍ଟିଜ୍ ଅଧିଗ୍ରହଣ କରିଛି। ଏହି ସହଯୋଗିତା ଜରିଆରେ କଂପାନି ୯୫୦୦ କୋଟି ଟଙ୍କା ମୂଲ୍ୟର ମଡ୍ୟୁଲାର କିଚେନ୍ ବ୍ୟବସାୟରେ ପ୍ରବେଶ କରିଛି। ଏଥି ସହ ଟିଟିକେ ପ୍ରେଷ୍ଟିଜ୍ ଦେଶର ଏଭଳି ଏକ ସଂସ୍ଥା ଭାବେ ଉଭା ହୋଇଛି ଯାହା ଉଭୟ କିଚେନ୍ ଆପ୍ଲାଏନ୍‌ସେସ୍‌ ଓ ମଡ୍ୟୁଲାର କିଚେନ୍ ସୁବିଧା ଗୋଟିଏ ଛାତ ତଳେ ପ୍ରଦାନ କରିବ। ଆସନ୍ତା ୫ ବର୍ଷରେ ଦେଶର ମଡ୍ୟୁଲାର କିଚେନ୍ ବଜାର ୨୩ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିବାରୁ କଂପାନି ପାଇଁ ବ୍ୟବସାୟ ବଢ଼ାଇବାର ବ୍ୟାପକ ସୁଯୋଗ ରହିଛି।

Advertisment

ଟିଟିକେର ଅଧ୍ୟକ୍ଷ ଟି ଟି ଜଗନ୍ନାଥନ କହିଛନ୍ତି ଯେ କିଚେନ୍ ବର୍ଗରେ ଆମେ ଆମର ଉପସ୍ଥିତି ବଢ଼ାଇବାକୁ ପ୍ରତିବଦ୍ଧ ରହିଛୁ। ଆମ ଗ୍ରାହକମାନଙ୍କ ଜୀବନରେ ଅଧିକ ମୂଲ୍ୟ ଯୋଡ଼ିବା ଲାଗି ଆଗକୁ ବଢ଼ିଥିବାରୁ ଆମେ ଆନନ୍ଦିତ। କଂପାନିର ଏମ୍‌ଡି ଚନ୍ଦ୍ରୁ କାଲ୍‌ରୋ କହିଛନ୍ତି ଯେ ଗତ ଛଅ ଦଶନ୍ଧି ଧରି ଗ୍ରାହକମାନେ ଆମ କିଚେନ୍ ଆପ୍ଲାଏନ୍‌ସେସ୍‌ ବ୍ରାଣ୍ଡ୍‌କୁ ପସନ୍ଦ କରୁଛନ୍ତି। ଏହି ସହଯୋଗିତା ଜରିଆରେ ସେହି ଯାତ୍ରାର ରୂପାନ୍ତର କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଅଲ୍‌ଟ୍ରାଫ୍ରେସ୍‌ ମଡ୍ୟୁଲାର ସଲ୍ୟୁସନ୍ସର ସିଇଓ ଧ୍ରୁବ ତ୍ରିଗୁନାୟତ କହିଛନ୍ତି ଯେ ଟିଟିକେ ଭଳି ସଂସ୍ଥା ସହ ହାତ ମିଳାଇଥିବାରୁ ଆମେ ଅତ୍ୟନ୍ତ ଗର୍ବିତ। ଏହି ସହଯୋଗିତା ଉଭୟ ସଂସ୍ଥା ପାଇଁ ଲାଭଦାୟକ ହେବ ବୋଲି ଆମେ ଆଶା କରୁଛୁ।