ଟୁନ୍‌ଓ୍ଵାଲ୍‌ର ନୂଆ ଇ-ସ୍କୁଟର ‘ଲାଥିନୋ’

ଭୁବନେଶ୍ୱର: ଗୁଜରାଟର କଂପାନି ଟୁନ୍‌ଓ୍ଵାଲ୍‌ ଇ-ଭେହିକିଲ୍‌ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର ଲାଥିନୋକୁ ଆଗାମୀ ଦିନରେ ଓଡ଼ିଶା ବଜାରରେ ଉନ୍ମୋଚନ କରାଯିବ। ଆସନ୍ତା ସପ୍ତାହରେ ଏହା ବଜାରକୁ ଆସିବ। ଏହି ଯାନରେ ଲିଥିଅମ୍‌ ବ୍ୟାଟେରି ରହିଛି। ଗ୍ରାହକମାନେ ଏକ ଦୁଇ ଘଣ୍ଟା ଭିତରେ ଏହି ବ୍ୟାଟେରିକୁ ଚାର୍ଜ କରିପାରିବେ। ଥରେ ଚାର୍ଜ କଲେ ଏହା ୯୦ କିମି ଯାତ୍ରା କରିପାରିବ। ଏହାର ମୂଲ୍ୟ ୫୯ ହଜାର ଟଙ୍କା ରହିଛି। ଏଥିରେ ଡିସ୍କ ବ୍ରେକ୍‌, ଟେଲିସ୍କୋପିକ୍‌ ସସ୍‌ପେନ୍‌ସନ୍‌, ଏଲ୍‌ଇଡି ହେଡ୍‌ଲାଇଟ୍‌, ଆଲୟ ହ୍ଵିଲ୍‌, ଆଂଟି ଥେଫଟ୍‌ ଲକ୍‌ ଭଳି ବୈଶିଷ୍ଟ୍ୟ ରହିଛି। ଓଡ଼ିଶାରେ କଂପାନିର ଏବେ ୧୫ଟି ଡିଲରସିପ୍‌ ରହିଛି ଯାହାକୁ କଂପାନି ୩୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ପ୍ରତି ୫୦ କିଲୋମିଟର ପରିସୀମା ଭିତରେ କଂପାନି ଗୋଟିଏ ଲେଖାଏଁ ଡିଲରସିପ୍‌ ଖୋଲିବାକୁ ଲକ୍ଷ୍ୟ ରଖିଛି ଯଦ୍ୱାରା ଗ୍ରାହକମାନେ ସୁବିଧାରେ ନିଜ ଗାଡ଼ିର ଚାର୍ଜିଂ କରିପାରିବେ ବୋଲି କଂପାନିର ଓଡ଼ିଶା ବିତରକ ରାହୁଲ ଅଟୋ କେୟାରର ସ୍ୱପ୍ନା ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର