ଭୁବନେଶ୍ୱର: ଦେଶର ପ୍ରମୁଖ ପୁରୁଷ ପୋଷାକ ବ୍ରାଣ୍ଡ୍ ଟର୍ଟଲ ପକ୍ଷରୁ ଭୁବନେଶ୍ୱରର ପଟିଆଠାରେ ଏକ ନୂଆ ଷ୍ଟୋର ଖୋଲାଯାଇଛି। ଭୁବନେଶ୍ୱରରେ କମ୍ପାନିର ଏହା ପଞ୍ଚମ ଷ୍ଟୋର। ନୂଆ ଷ୍ଟୋରକୁ କମ୍ପାନିର ନିର୍ଦେଶକ (ରିଟେଲ) ସୀତାଂଶୁ ଝୁନ୍ଝୁନ୍ଓ୍ଵାଲା ଉଦ୍ଘାଟନ କରିଛନ୍ତି। ଫେସନ୍ପ୍ର୍ରିୟ ବ୍ୟକ୍ତିମାନେ ଏଠାରେ ସେମାନଙ୍କ ମନପସନ୍ଦ ପୋଷାକ କିଣିବା ସୁଯୋଗ ପାଇପାରିବେ। ଏତଦ୍ବ୍ୟତୀତ ଏହି ନୂଆ ଷ୍ଟୋର ମାଧ୍ୟମରେ କମ୍ପାନି ଭୁବନେଶ୍ୱର ଏବଂ ପୂର୍ବ ଭାରତରେ ଏହାର ସ୍ଥିତିକୁ ଅଧିକ ମଜଭୁତ କରିପାରିବ ବୋଲି ଶ୍ରୀ ଝୁନ୍ଝୁନ୍ଓ୍ଵାଲା ଆଶାବ୍ୟକ୍ତ କରିଛନ୍ତି। ଏଠାରେ ବିଭିନ୍ନ ଡିଜାଇନ୍ର ପୋଷାକ ସହିତ ଆସେସୋରିଜ୍ ମଧ୍ୟ ରହିଛି। କମ୍ପାନିର ନୂଆ ସ୍ପି୍ରିଙ୍ଗ୍ ସମର୍ କଲେକ୍ସନ ଏବଂ ସମର୍ େଓ୍ଵଡିଂ ଲୁକ୍ ପାଇଁ ବନ୍ଧଗଲାସ୍ କଲେକ୍ସନ ଏଠାରେ ରହିଛି। ନୂଆ ସୋରୁମ୍ ଖୋଲିବା ପରିପ୍ରେକ୍ଷୀରେ କମ୍ପାନି ପକ୍ଷରୁ ଗ୍ରାହକମାନଙ୍କୁ ୩୪୯୯ ଟଙ୍କାର କ୍ରୟ ଉପରେ ଉପହାର ଆକାରରେ ଏକ ଟ୍ରାଭେଲ ବ୍ୟାଗ୍ ପ୍ରଦାନ କରାଯାଉଛି। ଆଗାମୀ ଦିନରେ କମ୍ପାନି ରସୁଲଗଡ଼ର ଫୋରମ୍ ଏସ୍ପ୍ଲାନେଡ୍ ମଲ୍ରେ ଏକ ନୂଆ ଷ୍ଟୋର ଖୋଲିବା ସହିତ ଜନପଥରେ ଏକ ଫ୍ଲାଗ୍ସିପ୍ ଷ୍ଟୋର୍ ଖୋଲିବା ଯୋଜନା ରଖିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp