ଟିଭି, ଫ୍ରିଜ୍ ଦାମ୍ ବଢ଼ିବ

ନୂଆଦିଲ୍ଲୀ: ଟିଭି ଓ ଫ୍ରିଜ୍ ଆଦିର ଦାମ୍ ଆଗକୁ ବଢ଼ିବ। ଏହି ସବୁ ଜିନିଷ ଉତ୍ପାଦ କରୁଥିବା କଂପାନିଗୁଡ଼ିକ ଦର ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି। ଟଙ୍କା ତୁଳନାରେ ଡଲାର ମହଙ୍ଗା ହୋଇଯିବା ପରେ କଂପାନିଗୁଡ଼ିକର ଖର୍ଚ ବହୁତ ବଢ଼ିଯାଇଛି। ସେହି ଖର୍ଚକୁ ସେମାନେ ଏପର୍ଯ୍ୟନ୍ତ ସାମଗ୍ରୀ ମୂଲ୍ୟରେ ସାମିଲ କରିନାହାନ୍ତି। ଦଶହରା ଓ ଦୀପାବଳି ଭଳି ଉତ୍ସବ ସମୟକୁ ଦୃଷ୍ଟିରେ ରଖି କଂପାନିଗୁଡ଼ିକ ସେମାନଙ୍କ ସାମଗ୍ରୀ ଦର ବଢ଼ାଇନଥିଲେ। ଏବେ କିନ୍ତୁ ସେହି ବୋଝକୁ ଆଉ ଅଧିକ ଦିନ ବୋହିବାକୁ ଚାହୁଁନାହାନ୍ତି। ପାନାସୋନିକ୍ ଏହାର ବିଭିନ୍ନ ସାମଗ୍ରୀରେ ୭% ବୃଦ୍ଧି ଆଣିବାକୁ ଯୋଜନା ରଖିଛି। ହାୟର ଇଣ୍ଡିଆ ମଧ୍ୟ ସେଭଳି କିଛି ଯୋଜନା ରଖିଛି। ସୋନି ଇଣ୍ଡିଆ କିନ୍ତୁ ଦର ବୃଦ୍ଧି କରିବା ଉପରେ ବିଚାର କରୁନାହିଁ। ଉଲ୍ଲେଖଯୋଗ୍ୟ, ୱାସିଂ ମେସିନ୍‌କୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର କଞ୍ଜ୍ୟୁମର ଆପ୍ଲାଏନ୍‌ସେସ୍‌ ଓ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ବିକ୍ରିରେ ବୃଦ୍ଧି ସାଧାରଣ ସ୍ତରରେ ରହିଛି। ଟିଭି ଓ ଏସି ଭଳି ସାମଗ୍ରୀର ବିକ୍ରି ଅଭିବୃଦ୍ଧି ହ୍ରାସ ପାଇଛି।

ସମ୍ବନ୍ଧିତ ଖବର