ଟିଭିଏସ୍‌ ୟୁରୋଗ୍ରିପ୍‌ର ‘ବ୍ରଞ୍ଚ୍‌ ଆଣ୍ଡ୍‌ ବାଇକିଂ’ ଅଭିଯାନ

ଭୁବନେଶ୍ବର: ଟିଭିଏସ୍‌ ୟୁରୋଗ୍ରିପ୍ ପକ୍ଷରୁ ବ୍ରଞ୍ଚ୍‌ ଆଣ୍ଡ୍‌ ବାଇକିଂ ଅଭିଯାନର ପ୍ରଥମ ସଂସ୍କରଣକୁ ଭୁବନେଶ୍ବରରେ ଆୟୋଜନ କରାଯାଇଛି। ଏହି ଅଭିଯାନରେ ବହୁ ବାଇକ୍‌ପ୍ରେମୀ ଅଂଶଗ୍ରହଣ କରି ଟିକାକରଣକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି।

ଆଜି ଧଉଳି ଶାନ୍ତିସ୍ତୁପ ଠାରୁ ବାଇକ୍‌ ରୢାଲି ଆରମ୍ଭ ହୋଇ କୋଣାର୍କ ମଧ୍ୟ ଦେଇ ୧୨୪ କିମି ରାସ୍ତା ଅତିକ୍ରମ କରିବା ପରେ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍‌ରେ ଶେଷ ହୋଇଥିଲା। ବାଇକ୍‌ ଚାଳନା ଓ ରୋମାଞ୍ଚର ଏକ ଚମତ୍କାର ମିଶ୍ରଣ ଥିଲା ଏହି ବାଇକ୍ ଯାତ୍ରା। ଆଗାମୀ ଦିନରେ କଂପାନି ବିଭିନ୍ନ ସହରରେ ଏହି ଅଭିଯାନ ଆୟୋଜନ କରିବାକୁ ଯୋଜନା ରଖିଛି। ଓଡ଼ିଶାରେ ବ୍ରଞ୍ଚ୍‌ ଆଣ୍ଡ୍‌ ବାଇକିଂର ପ୍ରଥମ ସଂସ୍କରଣକୁ ଆୟୋଜନ କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କଂପାନିର ଇଭିପି ପି ମାଧବନ କହିଛନ୍ତି। ଏହି ଅବସରରେ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର