ଭୁବନେଶ୍ୱର: ପାର୍ବଣ ଋତୁରେ ଟିଭିଏସ୍ ମୋଟର କଂପାନି ନୂଆ ଟିଭିଏସ୍ ଜୁପିଟର୍ ଗ୍ରାଣ୍ଡେର ସ୍ୱତନ୍ତ୍ର ଏଡିସନ ଉନ୍ମୋଚନ କରିଛି। ଏହି ସ୍ୱତନ୍ତ୍ର ଏଡିସନ୍ ଜୁପିଟରରେ ଅନେକ ପ୍ରକାର ନୂତନ ବୈଶିଷ୍ଟ୍ୟ ରହିଛି ଓ ଏହା ଷ୍ଟାର୍ଲାଇଟ୍ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ। ଟିଭିଏସ୍ ଜୁପିଟର ଏହାର ଜ୍ୟାଦା କା ଫାୟଦା ପ୍ରତିଶ୍ରୁତିକୁ ପୂରଣ କରୁଥିବା ବେଳେ ଜୁପିଟର୍ ଗ୍ରାଣ୍ଡେ ଏହାକୁ ଆଉ କିଛି ପାହାଚ ଉପରକୁ ନେଇଯାଇଛି। ପ୍ରଥମ ଥର ପାଇଁ ଟିଭିଏସ୍ ଜୁପିଟର୍ର ଗ୍ରାଣ୍ଡେରେ ସାର୍ପ ଏଲ୍ଇଡି ଟେକ୍ ହେଡଲ୍ୟାମ୍ପ୍ ସହିତ ପୋଜିସନ୍ ଲ୍ୟାମ୍ପ୍ ଏବଂ ଡିଜିଟାଲ୍ ଆନାଲୋଗ ମିଟର ସହିତ ଇକୋନୋମିଟର ବ୍ୟବହାର କରାଯାଇଛି। ଏଥିରେ ଡାଏମଣ୍ଡ୍ କଟ୍ ଆଲଏ ହ୍ଵିଲ୍ ଲଗାଯାଇଛି। ଏହାର ଷ୍ଟାରଲାଇଟ୍ ବ୍ଲୁ ରଙ୍ଗ ଜୁପିଟରକୁ ଏକ ପ୍ରିମିୟମ୍ ଫିନିସ୍ ପ୍ରଦାନ କରିଥିବା ବେଳେ ଏହାର ମେରୁନ୍ ରଙ୍ଗର ସିଟ ଏବଂ ବିଜ୍ ପ୍ୟାନେଲ୍, ବଡି ରଙ୍ଗ ପିଲିଅନ୍ ହାଣ୍ଡେଲ୍ ଓ ଷ୍ଟାଇଲିସ୍ କ୍ରୋମ୍ ହାଇଲାଇଟ୍ ଗାଡ଼ିକୁ ପ୍ରିମିୟମ୍ ଲୁକ୍ ପ୍ରଦାନ କରୁଛି। ଟିଭିଏସ୍ ଜୁପିଟର ଉଭୟ ଡିସ୍କ ଓ ଡ୍ରମ୍ ଭାରିଆଣ୍ଟରେ ଉପଲବ୍ଧ ହେବ। ଏହାର ଡିସ୍କ ଭାରିଆଣ୍ଚର ନୂଆଦିଲ୍ଲୀ ଏକ୍ସ ସୋରୁମ୍ ଦର ୫୯,୬୪୮ ଟଙ୍କା ଓ ଡ୍ରମ୍ ଭାରିଆଣ୍ଟର ନୂଆଦିଲ୍ଲୀ ଏକ୍ସ ସୋରୁମ୍ ମୂଲ୍ୟ ୫୫୯୩୬ ଟଙ୍କା ରହିଛି।
ପୂଜା ବଜାରରେ ଲଞ୍ଚ୍ ହେଲା ‘ଟିଭିଏସ୍ ଜୁପିଟର୍ ଗ୍ରାଣ୍ଡେ’, ଦର ୫୯,୬୪୮ ଟଙ୍କା
/sambad/media/post_attachments/wp-content/uploads/2018/10/TVS-Jupiter-Grande.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)