ଟିଭିଏସ୍‌ର ନୂଆ ‘ଆପାଚି ଆର୍‌ଆର୍‌ ୩୧୦’

ଭୁବନେଶ୍ୱର: ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଆଜି ଚନ୍ଦ୍ରଶେଖରପୁରଠାରେ ଥିବା ‘୩ଏସ୍‌ ଟିଭିଏସ୍‌’ରେ ନୂଆ ସୁପର୍‌ ପ୍ରିମିୟମ୍‌ ବାଇକ୍‌ ଆପାଚି ଆର୍‌ଆର୍‌ ୨୧୦କୁ ଉନ୍ମୋଚନ କରାଯାଇଛି। ଆର୍‌ଟିଓ-୨ର ମୁଖ୍ୟ ସଞ୍ଜୟ ବେହେରା ଏବଂ ୩ଏସ୍‌ ଟିଭିଏସ୍‌ର ମୁଖ୍ୟ ପ୍ରମୋଦ ପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି। ଏହାର ଡିଜାଇନ୍‌ ବହୁତ ଆକର୍ଷଣୀୟ ହୋଇଥିବା ବେଳେ ଏହା ବେଶ ଶକ୍ତିଶାଳୀ ମଧ୍ୟ। ଏଥିରେ ୩୧୨ ସିସିର ଇଞ୍ଜିନ ରହିଛି। ଏହାର ସର୍ବାଧିକ ବେଗ ହେଉଛି ଘଣ୍ଟା ପିଛା ୧୬୦ କିଲୋମିଟର। ମାତ୍ର ୨.୯ ସେକେଣ୍ଡ୍‌ରେ ଏହି ବାଇକ୍‌ ୦-୧୦୦ କିମି ବେଗରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇଯିବ। ଦୀର୍ଘ ୩୫ ବର୍ଷର ଟିଭିଏସ୍‌ ରେସିଂ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହି ବାଇକ୍‌କୁ କଂପାନି ପ୍ରସ୍ତୁତ କରିଛି। ଏଥିରେ ରହିଥିବା ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ୫ ସ୍ପିଡ୍‌ ଗିୟର ବକ୍ସ, କେଓ୍ଵାଇବି ସସ୍‌ପେନ୍‌ସନ୍‌, ଭର୍ଟିକାଲ୍‌ ସ୍ପିଡୋ-ଟଚୋମିଟର, ଡୁଆଲ୍‌ ଚ୍ୟାନେଲ୍‌ ଏବିଏସ୍‌, ଇଲେକ୍ଟ୍ରୋନିକ୍‌ ଫୁଏଲ୍‌ ଇଞ୍ଜେକ୍ସନ, ବାଇ-ଏଲଇଡି ଟ୍ଵିନ୍‌ ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍‌ ଏବଂ ମିଶେଲିନ୍‌ ଟାୟାର।

ସମ୍ବନ୍ଧିତ ଖବର