ଓଡ଼ିଶା ବଜାରରେ ଟିଭିଏସର ନୂଆ ପ୍ରିମିୟମ ବାଇକ୍ ରୋନିନ୍

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ଶିଳ୍ପ ପ୍ରଥମ ଆଧୁନିକ-ରେଟ୍ରୋ ମୋଟରସାଇକଲ୍-ଟିଭିଏସ୍ ରୋନିନକୁ ଭୁବନେଶ୍ୱରରେ ଲଞ୍ଚ୍ କରିଛି । ଗୁରୁବାରଦିନ ଏହାକୁ କମ୍ପାନିର ଉପ ସାଧାରଣ ପରିଚାଳକ ବିକାଶ ସିକ୍କା ଲଞ୍ଚ୍ କରିଥିଲେ । ଏହି ନୂଆ ବାଇକ ସହ ଟିଭିଏସ ପ୍ରିମିୟମ ବାଇକ କ୍ଷେତ୍ରରେ ପ୍ରବେଶ କରିଛି ।

ଟିଭିଏସ୍ ରୋନିନ୍ ତିନିଟି ଭାରିଆଣ୍ଟରେ ଉପଲବ୍ଧ ହେବ । ଟିଭିଏସ୍ ରୋନିନ୍ ଏସ୍ଏସର ଦାମ୍ ୧,୪୯,୦୦୦ ଟଙ୍କା (ଏକ୍ସ ସୋରୁମ୍, ଓଡ଼ିଶା), ଟିଭିଏସ୍ ରୋନିନ୍ ଡିଏସର ଦାମ୍ ୧,୫୬,୫୦୦ ଟଙ୍କା (ଏକ୍ସ ସୋରୁମ୍, ଓଡ଼ିଶା) ଓ ଟପ୍ ଭାରିଆଣ୍ଟ ଟିଭିଏସ୍ ରୋନିନ୍ ଟିଡିର ଦାମ୍ ୧,୬୮,୭୫୦ ଟଙ୍କା (ଏକ୍ସ ସୋରୁମ୍, ଓଡ଼ିଶା) ରହିଛି ।

। ଟିଭିଏସ୍ ରୋନିନର ବିବିଧ ସୁବିଧା ସୁଯୋଗ ସହିତ ସ୍ୱତନ୍ତ୍ର ଡିଜାଇନ୍ ଓ ଆଧୁନିକ ପ୍ରଯୁକ୍ତି ସବୁ ପ୍ରକାର ରାସ୍ତାରେ ଚାପ ମୁକ୍ତ ଗାଡ଼ି ଚାଳନା ଅନୁଭୂତିକୁ ନିଶ୍ଚିତ କରିବ । ଆକର୍ଷଣୀୟ ପ୍ରଯୁକ୍ତି ଓ ଡୁଆଲ ଚ୍ୟାନେଲ୍ ଏବିଏସ୍., ଭଏସ୍ ଆସିଷ୍ଟାଣ୍ଟ ଓ ଉନ୍ନତ କନେକ୍ଟିଭିଟି (ସଂଯୋଗ)  ଭଳି ସୁବିଧା ସୁଯୋଗ ସହ  ଏହି ମୋଟରସାଇକଲରେ ବହୁ କିଛି ସୁବିଧା ପ୍ରଥମ ଥର ବ୍ୟବହାର କରାଯାଇଛି । ଅନ୍ୟତମ ପ୍ରଥମ ଭାବେ ଟିଭିଏସ୍ ରୋନିନକୁ ବ୍ୟାପକ ବର୍ଗର ବ୍ରାଣ୍ଡେଡ୍ ବିଶ୍ୱସ୍ତରୀୟ ମର୍କେଣ୍ଡାଇଜ୍ ଓ କଷ୍ଟମ୍ ଆକ୍ସେସୋରିଜ୍, ଏକ କନଫିଗରେଟର୍ ଓ ଉତ୍ସର୍ଗୀକୃତ ଅନୁଭୂତି କାର୍ଯ୍ୟକ୍ରମ ସହ ଉନ୍ମୋଚନ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର