ଦୁଇଟି ନୂଆ ରଂଗରେ ଟିଭିଏସ ସ୍କୁଟି ପେପ ପ୍ଲସ

ନୂଆଦିଲ୍ଲୀ : ଟିଭିଏସ୍ ସ୍କୁଟିର ୨୫ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଟିଭିଏସ୍ ସ୍କୁଟି ପେପ୍ ପ୍ଲସକୁ ଦୁଇଟି ନୂଆ ରଙ୍ଗ-ରିଭାଇଭିଙ୍ଗ୍ ରେଡ୍ ଓ ଗ୍ଲିଟରିଂ ଗୋଲ୍ଡରେ ଉନ୍ମୋଚନ କରାଯାଇଛି । ନୂଆ ରଙ୍ଗ ବ୍ୟତୀତ ଟିଭିଏସ୍ ସ୍କୁଟି ପେପ+ ୫ଟି ରଙ୍ଗ ଥିମ୍ ଏବଂ ତିନିଟି ସେଟରେ ଆସୁଛି । ଷ୍ଟାରଲେଟ୍ ସିରିଜ୍ ଫ୍ରୋଷ୍ଟ୍ରେଡ୍ ବ୍ଲାକ୍ ଏବଂ ଭିଭାସିଅସ୍ ପର୍ପଲ୍ ରଙ୍ଗରେ ଆସୁଛି । ଇକୋ ସ୍ମାର୍ଟ ସିରିଜରେ ରହିଛି ନେରୋ ବ୍ଲୁ ଏବଂ ନେରୋ ବ୍ରାଉନ୍ ଥିମ୍ ଏବଂ ବେବିଲିସିଅସ୍ ସିରିଜ୍ ପ୍ରିନ୍ସେସ୍ ପିଙ୍କ୍ ସେଡରେ ଉପଲବ୍ଧ ହେଉଛି । ୪୧,୫୬୦ ଟଙ୍କାର ମୂଲ୍ୟ ସହିତ ଟିଭିଏସ୍ ସ୍କୁଟି ପେପ୍+ ଦେଶରେ ଥିବା ସମସ୍ତ ଟିଭିଏସ୍ ମୋଟର କଂପାନି ଡିଲରସିପରେ ଉପଲବ୍ଧ ହେଉଛି ।

ଟିଭିଏସ୍ ସ୍କୁଟି ଏବେ ସିଙ୍କ୍ରୋନାଇଜଡ୍ ବ୍ରେକିଙ୍ଗ୍ ପ୍ରଯୁକ୍ତି (ଏସବିଟି) ସହିତ ସବୁ ରେଂଜରେ ଆସୁଛି । ଟିଭିଏସ୍ ସ୍କୁଟି ପେପ୍+ର ନୂଆ ଏଡିସନର ୨୫ ବର୍ଷ ବାର୍ଷିକୀ ଏଡିସନର ଏକ ସ୍ୱତନ୍ତ୍ର ଲୋଗୋ ସହିତ ଏହି ମାଇଲଖୁଣ୍ଟକୁ ପାଳନ କରିବା ପାଇଁ ନୂଆ ଗ୍ରାଫିକ୍ ରହିଛି । ଟିଭିଏସ୍ ସ୍କୁଟି ପେପ୍+ରେ ମୋବାଇଲ୍ ଚାର୍ଜର ସକେଟ୍, ସାଇଡ୍ ଷ୍ଟାଣ୍ଡ୍ ଆଲାର୍ମ, ଅଣ୍ଡର ସିଟ୍ ଷ୍ଟୋରେଜ୍ ହୁକ୍, ଡିଆର୍ଏଲ୍, ଏକ ଖୋଲା ଗ୍ଲୋଭ୍ ବକ୍ସ ଏବଂ ଟିଭିଏସ୍ର ପେଟେଂଟ୍ ଯୁକ୍ତ “ଇଜି’ ଷ୍ଟାଣ୍ଡ୍ ପ୍ରଯୁକ୍ତି ଭଳି ସ୍ମାର୍ଟ ବୈଶିଷ୍ଟ୍ୟ ରହିଛି ।

 

 

ସମ୍ବନ୍ଧିତ ଖବର