ଓଡ଼ିଶା ବଜାରରେ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ର ଟଚ୍‌ଷ୍ଟାର୍ଟ ମଡେଲ୍‌

ଭୁବନେଶ୍ବର: ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଓଡ଼ିଶା ବଜାରରେ ଟିଭିଏସ୍‌ ଏକ୍ସଏଲ୍‌ ୧୦୦ର ଟଚ୍‌ଷ୍ଟାର୍ଟ ମଡେଲ୍‌ ‘ଟିଭିଏସ୍‌ ଏକ୍ସଏଲ୍‌ ୧୦୦ କମ୍ଫର୍ଟ ଆଇ-ଟଚ୍‌ଷ୍ଟାର୍ଟ’କୁ ଉନ୍ମୋଚନ କରାଯାଇଛି। ଏହାକୁ କଂପାନିର ଡିଜିଏମ୍-ମାର୍କେଟିଂ ଏନ୍‌ ଆର୍‌ ବିଗ୍ନେଶ ଓ ଏରିଆ ମ୍ୟାନେଜର (ଓଡ଼ିଶା) ବାପି ରାଜୁ ଉନ୍ମୋଚନ କରିଛନ୍ତି। ମୋବାଇଲ୍‌ ଚାର୍ଜିଂ ସୁବିଧା ଥିବା ଏହି ଗାଡ଼ିର ଏକ୍ସ ସୋ’ରୁମ୍ ଦାମ୍ ୪୦,୪୬୮ ଟଙ୍କା ରହିଛି। ଏହା ତିନି ପ୍ରକାର ରଙ୍ଗରେ ଉପଲବ୍ଧ ହେଉଛି। କଂପାନି ପକ୍ଷରୁ ଏଥିରେ ଆଇ-ଷ୍ଟାର୍ଟ ପ୍ରଯୁକ୍ତି, ଏଲ୍‌ଇଡି ଡିଆର୍‌ଏଲ୍‌, ସିଙ୍କ୍‌ ବ୍ରେକିଙ୍ଗ୍‌ ପ୍ରଯୁକ୍ତି, ଲମ୍ବା ଡୁଆଲ୍‌ ଟୋନ୍ ସିଟ୍, କୁସନ୍‌ ବ୍ୟାକ୍‌ ରେ‌‌ଷ୍ଟ୍‌ ଏବଂ କ୍ରୋମ୍ ଲେଗ୍‌ ଗାର୍ଡ ଓ ସାଇଲେନ୍‌ସର୍‌ ବ୍ୟବହାର କରାଯାଇଛି।

ସମ୍ବନ୍ଧିତ ଖବର