ନୂଆଦିଲ୍ଲୀ: ଯେତେବେଳେ ଆପଣ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଡିଲିଟ୍ କରୁଥିବେ ସେତେବେଳେ ନିଶ୍ଚୟ ଆଶା କରିଥିବେ ଯେ ସୋସିଆଲ୍ ମିଡିଆ କମ୍ପାନି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ସୂଚନା ଏବଂ ବାର୍ତ୍ତା ଆଦି ନଷ୍ଟ କରି ଦେଉଥିବ। ମାତ୍ର ସବୁବେଳେ ଏପରି ହୁଏ ନାହିଁ, ଯାହାକି ବାସ୍ତବରେ ନିରାଶାଜନକ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷ କରି ଟୁଇଟ୍ର ପରି ଏକ ବହୁ ଲୋକପ୍ରିୟ ସାଇଟ୍ରେ ଏପରି ହେଉଥିବ ବୋଲି କେହି କେବେ କଳ୍ପନା କରିନଥିବେ। ମାତ୍ର ଚିନ୍ତାର କଥା ହେଉଛି ଯେ ନୂଆ କରି ହସ୍ତଗତ ହୋଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆପଣ ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର୍ ଆକାଉଣ୍ଟ୍ ଡିଲିଟ୍ କରିବା ପରେ ମଧ୍ୟ କମ୍ପାନି ପାଖରେ ଆପଣଙ୍କ ମେସେଜ୍ ସେହିପରି ଭାବେ ସାଇତା ହୋଇ ରହିଥାଏ।
ସୁକ୍ୟୁରିଟି ରିସର୍ଚର କରନ ସାଇନ୍ କରିଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଟୁଇଟ୍ରରେ ଆପଣ କରିଥିବା ଡାଇରେକ୍ଟ ମେସେଜ(ଡିଏମ୍)କୁ ଆପଣ କଥା ହେବା ପରେ ଡିଲିଟ୍ କରିଦେବା ପରେ ବି ଦୀର୍ଘ ଦିନ ପର୍ଯ୍ୟନ୍ତ ତାହା କମ୍ପାନି ପାଖରେ ରହିଥାଏ। ଏପରିକି ଆକାଉଣ୍ଟ୍ ଡିଲିଟ୍ କରିଦେବା ପରେ ବି ମେସେଜ୍କୁ ଆଉ ଥରେ ରିଟ୍ରାଇଭ୍(ପୁନରୁଦ୍ଧାର) କରାଯାଇ ପାରେ।