ଚେନ୍ନାଇ: ଜେଟ୍ ଏୟାରୱେଜ୍ ବନ୍ଦ ଯୋଗୁ ଏବେ ଅସୁବିଧାରେ ପଡ଼ିଥିବା କମ୍ପାନିର ପ୍ରାୟ ୨୨ ହଜାର ସ୍ଥାୟୀ କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ବ୍ୟକ୍ତି ଚାକିରି ଅଫର ଦେଉଛନ୍ତି। ଅସୁବିଧାରେ ପଡ଼ିଥିବା ଏହି କର୍ମଚାରୀଙ୍କ ପାଇଁ ଟ୍ବିଟର ଏବେ ନିଯୁକ୍ତିର ମାଧ୍ୟମ ପାଲଟିଛି। ଟ୍ବିଟ୍ ମାଧ୍ୟମରେ ଛୋଟ ବଡ଼ ଉଦ୍ୟୋଗୀମାନେ ଏହି କର୍ମଚାରୀମାନଙ୍କୁ ଚାକିରିର ଅଫର୍ ପ୍ରଦାନ କରୁଛନ୍ତି। ଚେନ୍ନାଇର ଏକ ପବ୍ଲିସିଂ କମ୍ପାନି ମାଲିକ ଜେଟ୍ର ଦୁଇ ଜଣ କର୍ମଚାରୀଙ୍କୁ ଚାକିରି ଯୋଗାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଏକ ଲୋକ ସମ୍ପର୍କ ସଂସ୍ଥା ଏବଂ ମଡେଲିଂ ଏଜେନ୍ସି ମଧ୍ୟ ସେମାନଙ୍କ ବଦାନ୍ୟତା ପ୍ରକାଶ କରିଛନ୍ତି। ଲୋକ ସମ୍ପର୍କ ସଂସ୍ଥାର ଅଧିକାରୀ ଅମିତ ପ୍ରଭୁ ଟ୍ବିଟ କରି ଜେଟ୍ ଏୟାରୱେଜର ୧୦ ଜଣ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ଚାହିଛନ୍ତି। ସେହିଭଳି ଆର ଜେ ଇନ୍ଦିରା ରଙ୍ଗରାଜନ୍ ତାଙ୍କ ସଂସ୍ଥା ମିର୍ଚି ଲଭ୍ରେ ଜେଟ୍ କର୍ମଚାରୀଙ୍କୁ କଣ୍ଟେଣ୍ଟ ରାଇଟରଭାବେ ଭାବେ ନିଯୁକ୍ତି ଦେବାକୁ ଟ୍ବିଟ୍ କରିଛନ୍ତି। ଏତଦବ୍ୟତତୀ ମଡେଲିଂ କମ୍ପାନି ଆଇ-ଗ୍ଲାମର ଡି ଦେବଯାନୀ, ଏବଂ ଅନ୍ୟମାନେ ମଧ୍ୟ ଜେଟ୍ କର୍ମଚାରୀଙ୍କୁ ଚାକିରି ଦେବାକୁ ଟ୍ବିଟ୍ କରିଛନ୍ତି।
ଟ୍ବିଟ୍ରେ ଚାକିରି ଅଫର୍
/sambad/media/post_attachments/wp-content/uploads/2019/02/Twitter_1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)