ନୂଆଦିଲ୍ଲୀ: ଟ୍ବିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ନେଇ ଭାରତରେ ବିବାଦ ଉପୁଜିଛି। ଗତ ସପ୍ତାହରେ ସେ ଭାରତ ଆସିଥିଲେ। ଏହି ଅବସରରେ ସେ ମହିଳା ସାମ୍ବାଦିକ, ସାମାଜିକ କର୍ମୀ, ଲେଖକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଟ୍ବିଟର ବ୍ୟବହାର ଅଭିଜ୍ଞତା କିଳଭି ରହିଛି ତାହା ଜାଣିବା ଲାଗି ସେ ଏହା କରିଥିଲେ। ସେହି ସମୟରେ ସେ ହାତରେ ଏଭଳି ଏକ ପୋଷ୍ଟର ଧରିଥିଲେ ଯାହାକୁ ନେଇ ସେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଜ୍ୟାକ ଧରିଥିବା ପୋଷ୍ଟରରେ ଭାରତରେ ‘ବ୍ରାହ୍ମଣଙ୍କ ଆଧିପତ୍ୟକୁ ଧ୍ବଂସକର’ ଲେଖାଯାଇଥିଲା। ସେହି ପୋଷ୍ଟରକୁ ଜ୍ୟାକ ଧରିଥିଲେ। ଗତ ରବିବାର ଜ୍ୟାକ ଧରିଥିବା ସେହି ପୋଷ୍ଟରକୁ ଜଣେ ମହିଳା ସାମ୍ବାଦିକ ଟ୍ବିଟରରେ ପୋଷ୍ଟ କରିଦେବା ପରେ ଝଡ଼ ଆରମ୍ଭ ହୋଇଯାଇଛି। ଏହି ପୋଷ୍ଟର ଅନେକ ଭାରତୀୟଙ୍କୁ ଅପମାନିତ କରିଛି ବୋଲି ଅଭିଯୋଗ ଉଠିଛି। ଅନେକ ଭାରତୀୟ, ଏପରିକି ଇନଫୋସିସ୍ର ପୂର୍ବତନ ସିଏଫ୍ଓ ଟି ଭି ମୋହନଦାସ ପାଇ ଏ ନେଇ ମୁହଁ ଖୋଲିଛନ୍ତି। ଜ୍ୟାକ ବ୍ରାହ୍ମଣଙ୍କ ବିରୋଧରେ ଘୃଣାଭାବକୁ ପ୍ରସାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ କୌଣସି ଏକ ବୈଠକରେ ଜ୍ୟାକ୍ଙ୍କୁ ଯଦି ଇହୁଦୀ ବିରୋଧୀ ପ୍ଲାକାର୍ଡ ଧରିବାକୁ ଦିଆଯାଏ ସେ ତାହାକୁ ଧରିବେ କି ବୋଲି ଶ୍ରୀ ପାଇ ଟ୍ବିଟ୍ କରିଛନ୍ତି। କୌଣସି ଗୋଷ୍ଠୀ ବିରୋଧରେ ଘୃଣାକୁ ଉସକାଇବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆରେ ଏହି ଝଡ଼ ସୃଷ୍ଟି ହେବା ପରେ ଟ୍ବିଟର ଇଣ୍ଡିଆ ପକ୍ଷରୁ ସଫେଇ ଦିଆଯାଇଛି। ଜଣେ ଦଳିତା ମହିଳା ଜ୍ୟାକ୍ଙ୍କୁ ଏହି ପୋଷ୍ଟରଟି ଧରାଇ ଦେଇଥିଲେ ବୋଲି କୁହାଯାଇଛି। ଏହି ଘଟଣାକୁ ନେଇ ଟ୍ବିଟର ସିଇଓଙ୍କ ସାଙ୍ଗରେ ଭାରତ ଆସିଥିବା କମ୍ପାନିର ବରିଷ୍ଠ ଅଧିକାରୀ ବିଜୟା ଗାଡେ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ତେବେ ଏହା ଆମ ମତର ପ୍ରତିଫଳନ କରୁନାହିଁ। ଆମକୁ ଉପହାର ଭାବେ ଦିଆଯାଇଥିବା ଫଟୋକୁ ସେହି ବୈଠକରେ ଗ୍ରହଣ କରିଥିଲୁ। ଆମେ ଏ ନେଇ ଅଧିକ ଚିନ୍ତାଶୀଳ ହେବାର ଥିଲା ବୋଲି ସେ ଟ୍ବିଟ୍ କରିଛନ୍ତି। ଟ୍ବିଟର ସର୍ବଦା ଏକ ପାତରଅନ୍ତରବିହୀନ ପ୍ଲାଟଫର୍ମ ହେବାପାଇଁ ପ୍ରଚେଷ୍ଟା କରିଥାଏ। ଏହା କରିବାରେ ଆମେ ଏଠାରେ ବିଫଳ ହୋଇଛୁ ବୋଲି ସେ ସ୍ବୀକାର କରିଛନ୍ତି।
ପୋଷ୍ଟର ଧରି ଫସିଗଲେ ଟ୍ବିଟର୍ ସିଇଓ
O ବ୍ରାହ୍ମଣ ବିରୋଧୀ ଲେଖା ଥିଲା O କଂପାନି କ୍ଷମା ମାଗିଲା
/sambad/media/post_attachments/wp-content/uploads/2018/11/ceo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)