ଟ୍ବିଟର ଆଣିବ ବ୍ଲୁ, ଗୋଲ୍ଡ, ଗ୍ରେ ଟିକ୍

ନୂଆଦିଲ୍ଲୀ : ନୂଆ ମାଲିକ ଏଲନ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର ଆସନ୍ତା ସପ୍ତାହରୁ ଆକାଉଣ୍ଟ ଭେରିଫିକେସନ ପୁଣି ଥରେ ଆରମ୍ଭ କରିବ। ବ୍ୟକ୍ତିବିଶେଷ, ସରକାରୀ ଏବଂ କଂପାନି ଆକାଉଣ୍ଟ୍‌ଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗରେ ଟିକ୍ ପ୍ରଦାନ କରିବା ଉପରେ ଏହା ବିଚାର କରୁଛି। ବ୍ୟକ୍ତିବିଶେଷଙ୍କୁ ବ୍ଲୁ ଟିକ୍, ସରକାରୀ ଆକାଉଣ୍ଟ୍‌କୁ ଗ୍ରେ ଟିକ୍ ଏବଂ କଂପାନିଗୁଡ଼ିକୁ ଗୋଲ୍ଡ ଟିକ୍ ପ୍ରଦାନ କରାଯିବ। ବ୍ଲୁ ଟିକ୍ ଲାଗି ୮ ଡଲାର ଶୁଳ୍କ ଅସୁଲ କରିବାକୁ ଟ୍ବିଟର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ନକଲି ଆକାଉଣ୍ଟ୍ ସଂଖ୍ୟା ଏତେ ବଢ଼ିଗଲା ଯେ କଂପାନି ବାଧ୍ୟ ହୋଇ ସେହି ଯୋଜନାକୁ ବାତିଲ କରିଛି।

ସମ୍ବନ୍ଧିତ ଖବର