ଯେଉଁ ଭୟ ଥିଲା ତାହା ହିଁ ହେଲା; ଟ୍ବିଟର୍‌ର ଏହି ଦୁଇ ଅଧିକାରୀଙ୍କ ଚାକିରି ଗଲା

ନୂଆଦିଲ୍ଳୀ: ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବଇଟର୍‌ ବିକ୍ରି ହେବା ପରେ ଏହାର ବହୁ କର୍ମଚାରୀ ଚାକିରି ହରାଇବା ଭୟରେ ଥିବା ବେଳେ ଏବେ ତାହା ସତ ହେବାରେ ଲାଗିଛି। ଟ୍ବିଟର୍‌କୁ ଏଲନ୍‌ ମସ୍କ କିଣିବା ପରେ ବଡ଼ ବଡ଼ ଅଧିକାରୀ ସେମାନଙ୍କ ଚାକିରି ହରାଇଛନ୍ତି।

ଟ୍ବିଟର୍‌ର କନ୍‌ଜ୍ୟୁମର୍‌ ପ୍ରଡକ୍ଟସର ଜେନେରାଲ ମ୍ୟାନେଜର୍‌ କେଭନ୍‌ ବେକ୍‌ପୌର୍‌ ଏବଂ ରେଭିନ୍ୟୁ ଜେନେରାଲ୍‌ ମ୍ୟାନେଜର୍‌ ବ୍ରୁସ୍‌ ଫଲକ୍‌ କମ୍ପାନି ଛାଡୁଥିବା ସୂଚନା ରହିଛି।

ବେକ୍‌ପୌର୍‌ ନିଜର ଇସ୍ତଫା ସୂଚନା ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ଦେଇଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୭ ବର୍ଷ ପରେ ତାଙ୍କୁ କମ୍ପାନି ଛାଡ଼ିବାକୁ ପଡୁଛି। ଏହା ସହ ସେ ଆହୁରି ବି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଖୁଲାସା କରିଛନ୍ତି। ସେ କହିଛନ୍ତି କି ପରାଗ ଅଗ୍ରୱାଲ୍‌ ତାଙ୍କୁ ଚାକିରି ଛାଡ଼ିବାକୁ କହିଛନ୍ତି। କାରଣ ସିଇଓ କମ୍ପାନିକୁ ଭିନ୍ନ ଦେଶକୁ ନେଇଯିବାର ଯୋଜନା ରଖିଛନ୍ତି।

ସେହିପରି ବ୍ରୁସ୍‌ ଫଲକ୍‌ ବି ଗତ ୫ ବର୍ଷ ହେବ ଟ୍ବିଟର୍‌ ସହ ଯୋଡ଼ି ହୋଇ ରହିଥିଲେ। ସେ ବି ଏକ ଟ୍ବିଟ୍‌ ଜରିଆରେ କମ୍ପାନି ଛାଡ଼ିବା କଥା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ସେ ସମସ୍ତ ଟିମ୍‌ ଓ ପାର୍ଟନରଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ଯେଉଁମାନଙ୍କ ସହ ମୁଁ ଗତ ୫ ବର୍ଷ ହେବ କାମ କରି ଆସୁଛି।’ ଏହି ଦୁଇ ଅଧିକାରୀଙ୍କ ଇସ୍ତଫା ପରେ ଏବେ ସେମାନଙ୍କ ଦାୟିତ୍ବକୁ ସମ୍ଭାଳିବେ ଜୟ ସୁଲିଭାନ୍‌।’

ସମ୍ବନ୍ଧିତ ଖବର