ସୋସିଆଲ୍‌ ମିଡିଆରୁ ଡିଲିଟ୍‌ ହେଲା ମହାମାରୀକୁ ନେଇ ଗୁଜବ ପ୍ରକାଶ କରୁଥିବା ୧୦୦ ପୋଷ୍ଟ୍‌ ଓ ୟୁଆର୍‌ଏଲ୍‌

ନୂଆଦିଲ୍ଳୀ: କରୋନା ମହାମାରୀକୁ ‌ନେଇ ମିଥ୍ୟା ଓ ଗୁଜବ ଖବର ପ୍ରକାଶ ପାଉଥିବା ଅଭିଯୋଗ ଆସିବା ପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଫେସ୍‌ବୁକ୍‌ ଓ ଟ୍ବିଟର୍‌ ପରି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରୁ ୧୦୦ ପୋଷ୍ଟ୍‌ ଓ ୟୁଆର୍‌ଏଲ୍‌କୁ ହଟାଇ ଦିଆଯାଇଛି।

ପୋ‌‌‌ଷ୍ଟ୍‌କୁ ହଟାଇବା ପରେ ଫେସ୍‌ବୁକ୍‌ ପକ୍ଷରୁ କୌଣସି ସୂଚନା ଦିଆ ଯାଇନଥିବା ବେଳେ ଟ୍ବିଟର୍‌ ପକ୍ଷରୁ କୁହାଯାଇଛି କି , ‘ଭାରତ ସରକାରଙ୍କ ଆଇନଗତ ଅନୁରୋଧର ଉତ୍ତରରେ ଏହି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଛି।’

ସୂତ୍ରରୁ ପ୍ରକାଶ ପାଇଛି ଯେ ଭାରତ ସରକାର କରୋନାକୁ ନେଇ ଗୁଜବ ଖେଳାଉଥିବା ପୋଷ୍ଟ୍‌ଗୁଡ଼ିକୁ ଡିଲିଟ୍‌ କରିବାକୁ କହିବା ପରେ ସୋସିଆଲ୍‌ ମିଡିଆ ସାଇଟ୍‌ଗୁଡ଼ିକ ନିର୍ଦ୍ଦେଶର ପାଳନ କରିଛନ୍ତି। ତେବେ କେଉଁ ସବୁ ପୋଷ୍ଟ୍‌କୁ ଡିଲିଟ୍‌ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୃହ ବ୍ୟାପାର ମନ୍ତ୍ରଣାଳୟର ସୁପାରିଶ କ୍ରମେ ଏହି ଆପତ୍ତଜନକ ପୋଷ୍ଟ୍‌ ଏବଂ ୟୁଆର୍‌ଏଲ୍‌କୁ ଆଇଟି ମନ୍ତ୍ରାଳୟ ହଟାଇବା ପାଇଁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ ଦେଇଥିଲା।

ସରକାରଙ୍କ ନିର୍ଦ୍ଦେଶରେ ଗତ ଏକ ମାସ ମଧ୍ୟରେ ଟ୍ୱିଟର ୫୦ରୁ ଅଧିକ ପୋଷ୍ଟକୁ ହଟାଇ ଦେଇଛି। ହଟା ଯାଇଥିବା ଅନେକ ପୋଷ୍ଟ୍‌ରେ ନିକଟରେ ଛତିଶଗଡ଼ରେ ହୋଇଥିବା  ମାଓବାଦୀ ଆକ୍ରମଣର ଫଟୋ ଏବଂ ଭିଡିଓ ଦେଖାଯାଇଛି।

ସମ୍ବନ୍ଧିତ ଖବର