ଟ୍ବିଟର ବ୍ୟବହାର ନେଇ ସ୍ପଷ୍ଟ କଲେନି ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ପରିବର୍ତ୍ତନ ହୋଇଛି। ଟେସଲା ସିଇଓ ଏଲନ ମସ୍କ ଏହି କମ୍ପାନିକୁ କିଣିବା ପକ୍ରିୟା ଶେଷ କରିଛନ୍ତି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ଏହି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସେ ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ଟ୍ବିଟର ଏବେ ସୁରକ୍ଷିତ ବ୍ୟକ୍ତିଙ୍କ ହାତରେ ରହିଛି। ଆମଦେଶକୁ ଘୃଣା କରୁଥିବା ବ୍ୟକ୍ତିଙ୍କ ନିକଟରେ ଏହା ଆଉନାହିଁ ବୋଲି ଟ୍ରମ୍ପ ତାଙ୍କ ନିଜ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ ସୋସିଆଲ୍‌ରେ କହିଛନ୍ତି। ୨୦୨୧ରେ କ୍ୟାପିଟଲ ହିଲ୍‌ ହିଂସାକୁ ଉସକାଇଥିବା କାରଣରୁ ଟ୍ବିଟର ଟ୍ରମ୍ପଙ୍କୁ ଏହି ପ୍ଲାଟଫର୍ମରୁ ବାହାର କରି ଦେଇଥିଲା। ତେବେ କେତେକଙ୍କ କହିବାନୁଯାୟୀ ଟ୍ରମ୍ପ ଏହି ଲୋକପ୍ରିୟ ପ୍ଲାଟଫର୍ମକୁ ଫେରିବାର ଲୋଭକୁ ଅଟକାଇ ପାରିବେ ନାହିଁ। ଏକଦା ଟ୍ବିଟରରେ ତାଙ୍କର ୮୦ ନିୟୁତରୁ ଅଧିକ ଫଲୋଅର ରହିଥିଲେ।

ସମ୍ବନ୍ଧିତ ଖବର