ନୂଆଦିଲ୍ଲୀ: ଆମେରିକାର ସାମାଜିକ ଗଣମାଧ୍ୟମ କମ୍ପାନି ଟ୍ବିଟରକୁ ଏଲନ ମସ୍କ କିଣିବା ପରେ ଭାରତରେ ଏହାର ଟ୍ବିଟ୍ ଏଡିଟ୍ କରିବା ସୁବିଧା ବା ଏଡିଟ୍ ଟ୍ବିଟ ବଟନକୁ କାର୍ଯ୍ୟକାରୀ କରିଛି। ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଏହି ସୂଚନା ଦେଇଛନ୍ତି। ସେ ନିଜେ ତାଙ୍କ ଟ୍ବିଟକୁ ଏଡିଟ୍ କରିଛନ୍ତି। ନୂଆ ଫିଚରରେ ଟ୍ବିଟ୍ ନିକଟରେ ତିନିଟି ବିନ୍ଦୁ ଉପରେ କ୍ଲିକ କରିଲେ ଏଡିଟ୍ ଟ୍ବିଟ ବିକଳ୍ପ ଦେଖିବାକୁ ମିଳିବ। ଶର୍ମା ଶୁକ୍ରବାର ରାତି ୧୦ଟା ୫୨ରେ ଏକ ଟ୍ବିଟ କରିଥିଲେ। ସେହି ଟ୍ବିଟକୁ ରାତି ୧୦ଟା ୫୩ ମିନିଟରେ ଏଡିଟ୍ କରି ଲେଖିଛନ୍ତି ଏହା ଏକ ଏଡିଟେଡ୍ ଟ୍ବିଟ। ତେବେ ବର୍ତ୍ତମାନ ଏହି ସେବା ଆଇଫୋନ ବ୍ୟବହାରକାରୀଙ୍କୁ ମିଳିଥିବା ଅନୁମାନ କରାଯାଉଛି। ତେବେ ଆଗାମୀ ଦିନରେ ଏହା ଅନ୍ୟ ୟୁଜର୍ସଙ୍କୁ ମିଳିବା ସମ୍ଭାବନା ରହିଛି।
ଭାରତରେ ଏଡିଟ୍ ବଟନ ଆରମ୍ଭ କଲା ଟ୍ବିଟର
/sambad/media/post_attachments/wp-content/uploads/2021/02/tweeter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)