ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ସଂସ୍ଥା ଟ୍ବିଟର ପକ୍ଷରୁ କ୍ରିଏଟରମାନଙ୍କ ପାଇଁ ରାଜସ୍ବ ଭାଗବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆଗାମୀ ଦିନରେ କ୍ରିଏଟରମାନଙ୍କୁ ଟ୍ବିଟର ପେମେଣ୍ଟ୍ କରିବ। ତେବେ କେବଳ ଭେରିଫାଏଡ୍ କଣ୍ଟେଣ୍ଟ୍ କ୍ରିଏଟରମାନଙ୍କୁଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଆଜିଠାରୁ କଂପାନି ରାଜସ୍ବ ଭାଗବଣ୍ଟା ମଡେଲ୍ ଆରମ୍ଭ କରିଛି। କ୍ରିଏଟରଙ୍କ ପୋଷ୍ଟ୍ର ରିପ୍ଲାଏରେ ଯେଉଁ ବିଜ୍ଞାପନ ପୋଷ୍ଟ୍ ହେବ ସେଥିପାଇଁ ସେମାନଙ୍କୁ ପେମେଣ୍ଟ୍ କରାଯିବ। କଂପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ୪୧ କୋଟି ଟଙ୍କା ପେମେଣ୍ଟ୍ କରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp