ପୁଣି କେରଳରୁ ୨ ଆଇଏସଆଇଏସ୍‌ ଏଜେଣ୍ଟ ଗିରଫ

କନ୍ନୁର: କେରଳ ଭାଲାପାଟ୍ଟାନାମ ପୁଲିସ ଗୁରୁବାର ଦୁଇ ଜଣ ମୁସଲମାନ ଯୁବକଙ୍କୁ ଗିରଫ କରି କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍‌ ପାଇଁ ସ୍ଥାନୀୟ ଲୋକଙ୍କୁ ଭର୍ତ୍ତି କରିବାର ଅଭିଯୋଗ ହୋଇଥିଲା। ଗିରଫ ଦୁଇ ଯୁବକଙ୍କ ନାମ ହାମସା ଓ ମାନାଫା। ହାମସା ଓ ମାନାଫାଙ୍କ ସମେତ ଏହି ମାମଲାରେ ସାମିଲ ଥିବା ଏଯାବତ୍‌ ୫ଜଣଙ୍କୁ ଗିରଫ କରାଯାଇ ସାରିଛି। ଏହାପୂର୍ବରୁ ପୁଲିସ ବୁଧବାର ଭାଲାପାଟ୍ଟାନରମରୁ ତିନିଜଣଙ୍କୁ ପୁଲିସ ଗିରଫ କରିଥିଲା।

ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଗିରଫ ପାଞ୍ଚଜଣ କିଛିଦିନ ପୂର୍ବରୁ ତୁର୍କିର ଇସ୍ତାନ୍‌ବୁଲରୁ ଫେରିଛନ୍ତି। ଏମାନେ ସମସ୍ତେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ପାଇଁ ସ୍ଥାନୀୟ ଲୋକଙ୍କୁ ଭର୍ତ୍ତି କରିବାର ଯୋଜନା କରୁଥିଲେ। ପୁଲିସ ୫ଜଣଙ୍କ ଠାରୁ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର