ନୂଆଦିଲ୍ଲୀ : ଭିଆଇପି କୋଟାରେ ମଧ୍ୟ ଟ୍ରେନ୍ ଟିକଟ ନିଶ୍ଚିତ ବା କନ୍ଫର୍ମ ହେଉନାହିଁ। ସେଥିପାଇଁ ଆମକୁ ପରିଜନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଛି। ଏଭଳି ସମସ୍ୟାର ସମାଧାନ ଲାଗି କିଛି ବ୍ୟବସ୍ଥା ଅଛି ନା ନାହିଁ ତାହା ଜାଣିବା ଲାଗି ଦୁଇ ଜଣ ସାଂସଦ ଉପେନ୍ଦ୍ର ସିଂହ ରାୱତ ଓ କୌଶଲ କିଶୋର ଲୋକସଭାରେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେମାନେ ନିଜ ପ୍ରଶ୍ନରେ ଜଣାଇଥିଲେ ଯେ, ହୋଲି, ଦୀପାବଳି ଓ ଛଟ୍ ଭଳି ପର୍ବପର୍ବାଣୀ ସମୟରେ ସାଂସଦଙ୍କ ପାଇଁ ଥିବା ଭିଆଇପି କୋଟାରେ ଟ୍ରେନ୍ ଟିକଟ ନିଶ୍ଚିତ ହେଉନାହିଁ। ସରକାର ଏବିଷୟରେ ଅବଗତ ଅଛନ୍ତି ନା ନାହିଁ ତାହା ସେମାନେ ଜାଣିବାକୁ ଚାହିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ପର୍ବପର୍ବାଣୀ ସମୟରେ ଟ୍ରେନ୍ଗୁଡ଼ିକର ଟିକଟ ଶୀଘ୍ର ବୁକିଙ୍ଗ ହୋଇଯାଏ। କିଛି ହାତଗଣତି ଟିକଟକୁ ଭାରତୀୟ ରେଳ ନିଜ ହାତରେ ରଖିଥାଏ। ତାହାକୁ ଭିଆଇପି କୋଟାରେ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯାଏ। ସାଂସଦ ନିଜେ ଯାତ୍ରା କରୁଥିଲେ ତୁରନ୍ତ ଟିକଟ ନିଶ୍ଚିତ କରାଯାଏ। ଅନ୍ୟ କାହା କ୍ଷେତ୍ରରେ ସମାନ ଅଗ୍ରାଧିକାର ପ୍ରଦାନ କରାଯାଏ ନାହିଁ ବୋଲି ଗୋୟଲ କହିଛନ୍ତି।
ଭିଆଇପି କୋଟାରେ ଟିକଟ ନିଶ୍ଚିତ ନହେବାରୁ ଲଜ୍ଜିତ ହେଲୁ: ସାଂସଦ
/sambad/media/post_attachments/wp-content/uploads/2019/10/train-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)