ବିଏସ୍‌ଏନ୍‌ଏଲ୍‌ର ଦୁଇଟି ନୂଆ ଅଫର୍‌

ଭୁବନେଶ୍ବର: ବିଏସଏନଏଲ ପକ୍ଷରୁ ଓଡ଼ିଶାର ପ୍ରିପେଡ ମୋବାଇଲ ଫୋନ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଭାବେ ଦୁଇଟି ନୂଆ ‌ପ୍ଲାନ୍ ଘୋଷଣା କରାଯାଇଛି। ତାହା ହେଲା ଆନୁଆଲ ପ୍ଲାନ୍ ୮୯୯ ଓ ନୂଆ ଏସଟିଭି-୧୫୯୯। ପ୍ରଥମ ପ୍ଲାନର ବୈଧତା ୩୬୫ ଦିନ ଥିବାବେଳେ ଦ୍ବିତୀୟ ପ୍ଲାନର ବୈଧତା ୪୨୫ ଦିନ ରହିଛି। ୮୯୯ ଟଙ୍କାର ପ୍ଲାନରେ ଗ୍ରାହକମାନେ ବିଏସଏନଏଲରୁ ବିଏସଏନଏଲକୁ ଦିନକୁ ୨୫୦ ମିନିଟର କଥା ହେବା ସହିତ ୨ ଜିବି ଡାଟା ପାଇପାରିବେ। ସେହିଭଳି ୫ ପଇସାରେ ଏସଏମଏସ ପଠାଇ ପାରିବେ। ଏଥିରେ ଟକ୍ ଭାଲ୍ୟୁ ୧୦୦ ଟଙ୍କା ରହିଛି। ଅନ୍ୟ ନେଟୱାର୍କକୁ କଲ୍ ପାଇଁ ମିନିଟ ପିଛା ୨୦ ପଇସା, ଏସଏମଏସ ପିଛା ୫ ପଇସା ଦେବାକୁ ହେବ।

୧୫୯୯ ଟଙ୍କାର ପ୍ଲା‌ନରେ ଗ୍ରାହକମାନେ ୧୫୦୦ ଟଙ୍କାର ଟକ୍‌ ଭାଲ୍ୟୁ ପାଇବେ। ନିଜ ନେଟୱାର୍କରେ ଦିନକୁ ୨୫୦ ମିନିଟ କଥା ହେବା ସହିତ ଅସୀମିତ ଡାଟା (ଏଫୟୁପିରେ ଦୈନିକ ୨ଜିବି) ଡାଟା ବ୍ୟବହାର କରିବା ସୁଯୋଗ ଏଥିରେ ରହିଛି। ସେହିଭଳି ଅନ୍ୟ ନେଟୱାର୍କକୁ କଥା ହେବା ପାଇଁ ମିନିଟ ପିଛା ୨୦ ପଇସା ଓ ଏସଏମଏସ ପିଛା ୫ ପଇସା ଦେବାକୁ ହେବ। ଏହି ଦୁଇଟି ଯାକ ଯୋଜନା କେବଳ ଓଡ଼ିଶା ସର୍କଲ ପାଇଁ ଉପଲବ୍ଧ ରହିଛି ବୋଲି ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର