ଭୁବନେଶ୍ବର : ଆସୋଟେକ୍ ପ୍ରାଇଡ୍‌ ପକ୍ଷରୁ ଦୁଇ ନୂଆ ପ୍ରିମିୟମ୍ ଆପାର୍ଟମେଣ୍ଟ୍ ପ୍ରକଳ୍ପ କ୍ରୋନ୍‌ସ ଓ ଆଟ୍‌ଲାସ୍‌ ବିଷୟରେ ଘୋଷଣା କରାଯାଇଛି। ରୁଦ୍ରପୁର ଠାରେ ଏହି ଦୁଇ ଉଚ୍ଚ କୋଠାକୁ ନିର୍ମାଣ କରାଯାଉଛି ବୋଲି କଂପାନିର ପରିଚାଳନା ନିର୍ଦେଶକ ସଞ୍ଜୀବ ଶ୍ରୀବାସ୍ତବ କହିଛନ୍ତି। ଗ୍ରାହକମାନଙ୍କ ଲାଗି କଂପାନି ଏହାର ପ୍ରକଳ୍ପରେ ସବୁଜ ପରିବେଶ, ଖେଳ ପଡ଼ିଆ, ୱାକିଂ ଷ୍ଟ୍ରିଟ୍, ସୁଇମିଂ ପୁଲ୍, ପାର୍କିଂ ଆଦିର ବ୍ୟବସ୍ଥା କରୁଛି। ଆଟ୍‌ଲାସ୍ ୩.୫ ବିଏଚ୍‌କେ ହୋଇଥିବା ବେଳେ କ୍ରୋନ୍‌ସ ହେଉଛି ୪.୫ ବିଏଚ୍‌କେ ଓ ଏହା ସହିତ ୫୭ ଫୁଟର ଲମ୍ବା ବାଲ୍‌କୋନି ମଧ୍ୟ ରହିଛି। ଏହି ଦୁଇ ପ୍ରକଳ୍ପର ଗ୍ରାହକଙ୍କୁ ୨୦୨୫ ସୁଦ୍ଧା ଘର ହସ୍ତାନ୍ତର କରାଯିବ ବୋଲି କଂପାନିର ମୁଖ୍ୟ ପରିଚାଳନା ଅଧିକାରୀ ଆଦିତ୍ୟ ପ୍ରକାଶ କହିଛନ୍ତି।