ଭାରତରୁ ଯାଇଥିବା ଗହମ ରପ୍ତାନି ଉପରେ ୟୁଏଇର କଟକଣା

ଦୁବାଇ: ଭାରତରୁ ଆସିଥିବା ଗହମ ଓ ଅଟାର ରପ୍ତାନି ଉପରେ ୟୁଏଇ ସରକାର କଟକଣା ଜାରି କରିଛନ୍ତି। ଭାରତରୁ ଯେଉଁ ଗହମ ଆସିଛି ତାହାକୁ ଅନ୍ୟତ୍ର ରପ୍ତାନି କରାଯାଇପାରିବ। ସାରା ବିଶ୍ବରେ ଯୋଗାଣ ଶୃଙ୍ଖଳକୁ ନେଇ ଦେଖାଦେଇଥିବା ବିଭ୍ରାଟ ଯୋଗୁଁ ୟୁଏଇ ଏଭଳି ପଦକ୍ଷେପ ଗ୍ରହଣ କରିଛି। ମେ’ ୧୪ରେ ଭାରତ ସରକାର ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ। କିନ୍ତୁ ଏହା ସ୍ପଷ୍ଟ କରିଥିଲେ ଯେ ଯେଉଁ ଗହମ ପାଇଁ ଲେଟର ଅଫ୍ କ୍ରେଡିଟ୍ ଜାରି ହୋଇଛି ସେଗୁଡ଼ିକୁ ପୂର୍ବ ନିର୍ଧାରିତ ଯୋଜନା ଅନୁସାରେ ବାହାରକୁ ପଠାଯିବ। ଖାଦ୍ୟ ନିରାପତ୍ତା ସମସ୍ୟା ଥିବା ଦେଶଗୁଡ଼ିକୁ ମଧ୍ୟ ସାହାଯ୍ୟ କରାଯିବ ବୋଲି ଭାରତ କହିବା ସହ ୪,୬୯,୨୦୨ ଟନ୍ ଗହମ ରପ୍ତାନି ପାଇଁ ଅନୁମତି ଦେଇଥିଲା। ମେ’ ୧୩ ପୂର୍ବରୁ ଭାରତରୁ ଯେଉଁ ଗହମ ୟୁଏଇରେ ପହଞ୍ଚିଛି ସେଗୁଡ଼ିକୁ ଅନ୍ୟତ୍ର ରପ୍ତାନି କରିବାକୁ ହେଲେ ଅନୁମତି ଦରକାର।

ସମ୍ବନ୍ଧିତ ଖବର