ନୂଆଦିଲ୍ଲୀ: ଭାରତର ଚତୁର୍ଥ ବଡ଼ ନିବେଶକ ଭାବେ ଉଭା ହୋଇଛି ୟୁଏଇ। ୨୦୨୧-୨୨ରେ ୟୁଏଇ ତାଲିକାର ସପ୍ତମ ସ୍ଥାନରେ ଥିଲା। ମାତ୍ର ଗତବର୍ଷ ମାର୍ଚ୍ଚରେ ଏହା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେବା ପରେ ସେଠାରୁ ଆସୁଥିବା ନିବେଶ ପରିମାଣ ବଢ଼ିଛି। ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ୟୁଏଇରୁ ଆସିଥିବା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ତିନି ଗୁଣା ବୃଦ୍ଧି ପାଇ ୩୩୫ କୋଟି ଡଲାର ହୋଇଛି। ଭାରତର ସେବା, ସାମୁଦ୍ରିକ ପରିବହନ, ଶକ୍ତି ଓ ନିର୍ମାଣ ଆଦି କ୍ଷେତ୍ରରେ ୟୁଏଇ ନିବେଶ କରିଛି। ୨୦୨୨-୨୩ରେ ୧୭୨୦ କୋଟି ଡଲାର ସହ ସିଙ୍ଗାପୁର ଭାରତର ସବୁଠୁ ବଡ଼ ନିବେଶକ ହୋଇରହିଛି। ଦ୍ବିତୀୟ ସ୍ଥାନରେ ମରିସସ୍ ୬୧୦ କୋଟି ଡଲାର) ଓ ତୃତୀୟରେ ଆମେରିକା (୬୦୦ କୋଟି ଡଲାର) ରହିଛି।