ୟୁଏଇ-ଭାରତ ଓ୍ଵାର୍କିଙ୍ଗ୍‌ ଗ୍ରୁପ୍‌ ସ୍ଥାପନ ହେବ

ୟୁଏଇ ଶକ୍ତି ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର: ତିନି ଦିନିଆ ୟୁଏଇ ଗସ୍ତରେ ଯାଇଥିବା କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସେଠାରେ ୟୁଏଇ ଶକ୍ତି ମନ୍ତ୍ରୀ ସୁଲତାନ୍‌ ଅଲ୍‌ ଜବେର୍‌ଙ୍କ ସହ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ୨୦୧୨ ଫେବ୍ରୁଆରିରେ ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପ୍ରଥମ ଥର ପାଇଁ ୟୁଏଇରେ ଉତ୍ପାଦନ ହେଉଥିବା ତୈଳ ଫିଲ୍‌ପ୍‌ର ଇକ୍ୱିଟି ହାସଲ କରିଛନ୍ତି। ଭାରତର ରିଫାଇନାରିକୁ ଏହି ଫିଲ୍‌ପ୍‌ରୁ ଶୀଘ୍ର ତୈଳ ଯୋଗାଣ ହେବ। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏକ ଓ୍ଵାର୍କିଂଙ୍ଗ୍‌ ଗ୍ରୁପ୍‌ ସ୍ଥାପନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଗ୍ରୁପ୍‌ର ବୈଠକ ଖୁବ୍‌ ଶୀଘ୍ର ହେବ ଏବଂ ଏଥିରେ ପରସ୍ପର ନିବେଶର ସମ୍ଭାବନା ଥିବା ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହେବ। ଏହି ଅବସରରେ ଉଭୟ ମନ୍ତ୍ରୀ ୟୁଏଇରୁ ପ୍ରଥମ ଅଶୋଧିତ ତୈଳର କନ୍‌ସାଇନ୍‌ମେଣ୍ଟକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର