ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହେଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଁ ତୈଳ ଦର ବୃଦ୍ଧି ହେଉଥିବା ବେଳେ ଏବେ ଭଡ଼ା ବଢ଼ାଇଛନ୍ତି ଓଲା-ଉବର। ଦିଲ୍ଲୀ-ଏନସିଆରରେ ଏବେ ଉବର ଅଟୋ ବା କ୍ୟାବ ବୁକ୍ କଲେ ଆପଣଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା। ପେଟ୍ରୋଲ, ଡିଜେଲ ଏବଂ ସିଏନଜି ମୂଲ୍ୟରେ କ୍ରମାଗତ ବୃଦ୍ଧି ଗାଡ଼ି ଭଡା ଉପରେ ସିଧାସଳଖ ପ୍ରଭାବ ପକାଇଛି। ଦିଲ୍ଲୀ-ଏନସିଆରରେ, ଓଲା ଏବଂ ଉବର ପରି କ୍ୟାବ ଏଗ୍ରିଗେଟର୍ସ ଏବେ ଭଡ଼ା ବୃଦ୍ଧି କରିଛନ୍ତି । ଉଭୟ କମ୍ପାନି ୧୨ ପ୍ରତିଶତ ଗାଡ଼ି ଭଡ଼ା ବୃଦ୍ଧି କରିଥିବା ଜଣାପଡ଼ିଛି। ଉଭୟ ଆପ୍-ଆଧାରିତ ଏଗ୍ରିଗେଟରଗୁଡିକୁ ରାଜଧାନୀବାସୀ ବହୁ ସଂଖ୍ୟାରେ ବ୍ୟବହାର କରିଥାନ୍ତି। ଏବେ ଭଡ଼ା ବଢ଼ିବା ପରେ ମଧ୍ୟବିତ୍ତଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।
ସୋମବାର ଦିନ ଉବର ଏକ ବିବୃତି ଜାରି କରି କହିଥିଲା ଯେ ତୈଳ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି ଏବଂ ଏହାକୁ ଦୃଷ୍ଟିରେ ରଖି କମ୍ପାନି ବଡ଼ ପଦକ୍ଷେପ ନେବ। ଆଜି ଉବର ଇଣ୍ଡିଆ ଆଣ୍ଡ ସାଉଥ୍ ଏସିଆର ମୁଖ୍ୟ ନୀତୀଶ ଭୂଷଣ କହିଛନ୍ତି ଯେ, ଆମେ ଡ୍ରାଇଭରଙ୍କଠାରୁ ମତାମତ ନେଇଛୁ ଏବଂ ବର୍ତ୍ତମାନର ତୈଳ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି। ଏଭଳି ସମୟରେ ଡ୍ରାଇଭରମାନଙ୍କ ପାଇଁ ଉବର ଦିଲ୍ଲୀ-ଏନସିଆରରେ ଭଡା ୧୨ପ୍ରତିଶତ ବୃଦ୍ଧି କରିଛି। ଆସନ୍ତା ସପ୍ତାହରେ ଆମେ ତୈଳ ମୂଲ୍ୟକୁ ଦେଖି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ନେବୁ।
/sambad/media/post_attachments/wp-content/uploads/2022/04/ସ-93.jpg)
ଅନ୍ୟପକ୍ଷରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ୍ (ପିପିଏସି) ଅନୁଯାୟୀ, ୮ବର୍ଷରେ ପେଟ୍ରୋଲର ମୂଲ୍ୟ ୪୫% ଏବଂ ଡିଜେଲ ୭୫% ବୃଦ୍ଧି ପାଇଛି। ଏପ୍ରିଲ ୧, ୨୦୧୪ରେ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୭୨.୨୬ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫୫.୪୯ ଟଙ୍କା ଥିଲା। ଏବେ ୮ବର୍ଷ ପରେ ଏପ୍ରିଲ ୧୧, ୨୦୨୨ରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୫.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୬.୬୭ ଟଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-95.jpg)