ଭାରତରେ ଉବର ଆରମ୍ଭ କରିବ ଉଡ଼ନ୍ତା ଟ୍ୟାକ୍ସି ସେବା: ୨୦୦ ଫୁଟ ଉଚ୍ଚରେ ଉଡ଼ିବ; ବେଗ ରହିବ ଘଣ୍ଟା ପ୍ରତି ୩୦୦ କିଲୋମିଟର

ନୂଆଦିଲ୍ଲୀ : ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଜୀବନଶୈଳୀ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଦେଶର ବିଭିନ୍ନ ବଡ଼ ବଡ଼ ସହର ମାନଙ୍କରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଲାଗିରହେ । ସେଥିପାଇଁ ଲୋକେ ଅଫିସ୍ ଟାଇମର ଘଣ୍ଟାଏ/ଦୁଇ ଘଣ୍ଟା ଆଗରୁ ଘରୁ ବାଧ୍ୟ ହୋଇ ବାହାରନ୍ତି । ଏପରି ଅସୁବିଧାରୁ ରକ୍ଷା ପାଇବା ପାଇଁ ଭାରତରେ ଆରମ୍ଭ ହେବ ଉଡ଼ନ୍ତା ଟାକ୍ସି ସେବା । ଉବର ଭାରତରେ ଏୟାର ଟାକ୍ସି ସେବା ଆରମ୍ଭ କରିବାପାଇଁ ଯାଉଛି । ଉଡ଼ନ୍ତା ଟାକ୍ସି ସେବା ଆରମ୍ଭ ହେବା ପରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ପରି ମହାନଗରଗୁଡ଼ିକରେ ଟ୍ରାଫିକ ସମସ୍ୟାରୁ ରକ୍ଷା ମିଳିପାରିବ ।

ଉବର କହିବା ଅନୁସାରେ ଭାରତରେ ଏହି ପ୍ରମୁଖ ସହରଗୁଡ଼ିକରେ ଭୀଷଣ ଟ୍ରାଫିକ ଗୁରୁତର । କିଛି କିଲୋମିଟର ଯାତ୍ରା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । ଉବର ଏହି ସେବା ଆରମ୍ଭ ହେବା ପରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଇଛି । ତେବେ ସହରରଗୁଡ଼ିକର ଆକାର, ସେବା ଓ ଭୌଗଳିକ ପରିସ୍ଥିତିକୁ ନଜରରେ ରଖି ଉଡ଼ନ୍ତା ଟାକ୍ସି ସେବା ଆରମ୍ଭ କରାଯିବ ବୋଲି ଉବର ତରଫରୁ କୁହାଯାଇଛି ।

steemkr.com

କମ୍ପାନି ୫ଟି ଦେଶରେ ଆଗ।ମୀ ୫ ବର୍ଷ ମଧ୍ୟରେ ଉବର ଏଲିଭେଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବ। ଏହି ଦେଶ ଗୁଡ଼ିକ ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ. ବ୍ରାଜିଲ, ଫ୍ରାନ୍ସ ସାମିଲ ଅଛନ୍ତି । ଏହି ଉଡ଼ନ୍ତା ଟାକ୍ସି ଜରିଆରେ ଏକ ଘଣ୍ଟାର ରାସ୍ତା ମାତ୍ର କିଛି ମିନିଟରେ ଭିତରେ ଅତିକ୍ରମ କରିପାରିବେ । ଟ୍ରାଫିକ ସମସ୍ୟା ରହିବ ନାହିଁ କି ଦୁର୍ଘଟଣାର ସମ୍ଭାବନା ମଧ୍ୟ କମିଯବ । ସୂଚନା ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଏହି ସେବାର ପରୀକ୍ଷାମୂଳକ ଉଡ଼ାଣ ଆରମ୍ଭ ହେବ ଏବଂ ୨୦୨୩ ବେଳକୁ ଆରମ୍ଭ ହୋଇଯିବ ଉଡ଼ନ୍ତା ଟାକ୍ସି ସେବା ।

ଜାଣନ୍ତୁ ଏୟାର ଟାକ୍ସି ସେବାର ବିଷେଶତ୍ୱ
– ଟାକ୍ସିର ବେଗ ଘଣ୍ଟାପ୍ରତି ୩୦୦ କିମି

– ୨୦୦୦ ଫୁଟ ଉଚ୍ଚରେ ଉଡ଼ିବ

– ପାଇଲଟଙ୍କ ବ୍ୟତୀତ ୪ ଜଣ ଏହି ଟାକ୍ସିରେ ବସିପାରିବେ
– ରନୱ୍ୱେ ବ୍ୟବହାରର ସମସ୍ୟା ରହିବ ନାହିଁ
– ଉଡ଼ାଣ ଓ ଅବତରଣ ହେଲିକପ୍ଟର ଭଳି ହେବ
– ସ୍ମାର୍ଟଫୋନ ଆପରେ ହେବ ବୁକିଂ

ସମ୍ବନ୍ଧିତ ଖବର