ଉବର୍‌ର ଲିଙ୍ଗଗତ ସଚେତନତା ଅଧିବେଶନ

ଭୁବନେଶ୍ୱର: ଉବର୍ ଭୁବନେଶ୍ୱରରେ ଏହାର ପ୍ଲାଟ୍‌ଫର୍ମରେ ଡ୍ରାଇଭର୍‌ମାନଙ୍କ ପାଇଁ ଲିଙ୍ଗଗତ ସଚେତନତା ଉପରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବା ଆରମ୍ଭ କରିବ । ଚଳିତ ମାସ ଆରମ୍ଭରେ କମ୍ପାନି ମାନସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଓ ନ୍ୟାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦିଲ୍ଲୀର ଏକ ଏନ୍‌ଜିଓ ମାନସ ଫାଉଣ୍ଡେଶନ ସହିତ ସହଭାଗିତା ମାଧ୍ୟମରେ ଭାରତରେ ୨୦୨୧ ଶେଷ ସୁଦ୍ଧା ୧୦୦,୦୦୦ ଡ୍ରାଇଭର୍‌ଙ୍କୁ ଲିଙ୍ଗଗତ ସଚେତନ କରିବା ପାଇଁ ଏହାର ଲକ୍ଷ୍ୟ ସମ୍ପର୍କରେ ଘୋଷଣା କରିଥିଲା। ଉବର୍ ନିର୍ଦ୍ଧିଷ୍ଟ ଡ୍ରାଇଭର୍‌ମାନଙ୍କୁ ସଚେତନ କରିବା ଏବଂ ମହିଳା ଚାଳକଙ୍କ ଆବଶ୍ୟକତା ପ୍ରତି ଅଧିକ ଧ୍ୟାନ ଦେବା ସୁନିଶ୍ଚିତ କରିବା ଲକ୍ଷ୍ୟ ସହିତ ୨୦୧୮ରେ ପ୍ରଥମେ ମାନସ ଫାଉଣ୍ଡେଶନ ସହିତ ସହଭାଗିତା କରିଥିଲା । ମହାମାରୀ ପୂର୍ବରୁ ଦେଶର ୭ଟି ସହରରେ ପରିଚାଳିତ ହୋଇଥିବା ବ୍ୟକ୍ତିଗତ ଅଧିବେଶନଗୁଡିକ ମାଧ୍ୟମରେ ଏହି ସହଯୋଗିତା ୬୩,୦୦୦ ଡ୍ରାଇଭରଙ୍କୁ ସଚେତନ କରାଇଥିଲା ।

କୋଭିଡ୍‌-୧୯ ମହାମାରୀ କାରଣରୁ ଅଧିଶେନଗୁଡିକରେ କ୍ରମାଗତ ଭାବେ ବାଧା ସୃଷ୍ଟି ହେବା ପରେ ଉବର୍ ଇଣ୍ଡିଆ ଓ ମାନସ ଫାଉଣ୍ଡେଶନ ଏବେ ତାହାକୁ ୩ଟି ସହରରେ ଜୁମ୍‌ରେ ଭର୍ଚୁଆଲ ମାଧ୍ୟମରେ ପରିଚାଳନା କରୁଛନ୍ତି । ସହରଗୁଡିକର ତଥ୍ୟ ପାଇଁ ଦୟାକରି ନ୍ୟୁଜ୍‌ରୁମ୍ ପୋଷ୍ଟ ଯାଂଚ କରନ୍ତୁ ।ଏହି ଲିଙ୍ଗଗତ ସଚେତନତା ଅଧିବେଶନଗୁଡିକ ଡ୍ରାଇଭରମାନଙ୍କୁ କିଭଳି ମହିଳା ଓ ପୁରୁଷମାନେ ସାର୍ବଜନିନ ପରିବହନ ବ୍ୟବସ୍ଥାର ବ୍ୟବହାର କରୁଛନ୍ତି, ସାର୍ବଜନିନ ସ୍ଥାନଗୁଡିକରେ ମହିଳାମାନେ ସମ୍ମୁଖୀନ ହେଉଥିବା ନିର୍ଯାତନାର ସମ୍ପର୍କରେ ସଚେତନ କରାଇଥିଲା ଏବଂ ଏହି ସମସ୍ୟାର ସମାଧାନ ଦିଗରେ ଡ୍ରାଇଭରମାନଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ସେମାନେ ମଧ୍ୟ ମହିଳାମାନଙ୍କୁ ସୁରକ୍ଷିତ ଅନୁଭବ କରାଇବା ପାଇଁ କିଭଳି ନିଜର ବୃତିଗତ ବ୍ୟବହାରକୁ ପରିବର୍ତନ କରିବେ ଓ ଏହି ସମାଧାନର ଏକ ଅଂଶ ହେବା ପାଇଁ ପ୍ରତିବଦ୍ଧ ହେବେ ତାହା ଶିଖିଥିଲେ। ଏହି ସହଭାଗିତା ସମ୍ପର୍କରେ ମତ ରଖି ଉବର୍‌ର ଇଣ୍ଡିଆ ଓ ସାଉଥ୍ ଏସିଆର ସପ୍ଲାଇ ଆଣ୍ଡ ସିଟି ଅପରେଶନ (ମୋବିଲିଟି) ବିଭାଗର ହେଡ୍ ଅଫ୍ ଡ୍ରାଇଭର୍ ପବନ ବୈଶ୍ କହିଛନ୍ତି, ଉବର୍ କରୁଥିବା ସମସ୍ତ କାର୍ଯ୍ୟର ମୂଳରେ ସୁରକ୍ଷା ରହିଛି । ଆମର ଲକ୍ଷ୍ୟ ହେଉଛି ମହିଳାମାନଙ୍କ ପାଇଁ ସୁରକ୍ଷିତ ପରିବହନକୁ ସକ୍ଷମ କରିବା, ଯାହା ପରବର୍ତୀ ସମୟରେ ସେମାନେ ବାଛୁଥିବା ବିକଳ୍ପ ଓ ସେମାନେ ହାସଲ କରିପାରୁଥିବା ସୁଯୋଗଗୁଡିକ ଉପରେ ଏକ ବୃହତ୍ ପ୍ରଭାବ ପକାଇଥାଏ ।

ସମ୍ବନ୍ଧିତ ଖବର