ୟୁବିଆଇର ନୂଆ ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ

ଭୁବନେଶ୍ୱର: ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ଭୁବନେଶ୍ୱର କ୍ଷେତ୍ରର ନୂତନ ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଭାବେ ରାଜ କିଶୋର ନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ନାୟକ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା କ୍ଷେତ୍ରର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୮୭ ମସିହାରେ ୟୁବିଆଇରେ ପ୍ରୋବେସନାରି ଅଫିସର ଭାବେ ଯୋଗ ଦେଇଥିବା ଶ୍ରୀ ନାୟକ ଆସାମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି । ତାଙ୍କର ଏହି ୩୧ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଶାଖାରେ ପ୍ରାୟ ୨୫ ବର୍ଷ କାର୍ଯ୍ୟ କରିଥିବା ବେଳେ ଅବଶିଷ୍ଟ ସମୟ ସେ ପ୍ରଶାସନିକ କାର୍ଯ୍ୟାଳୟରେ କାମ କରିଛନ୍ତି ।

ସମ୍ବନ୍ଧିତ ଖବର