ୟୁକୋ ବ୍ୟାଙ୍କ ଦେଲା ୩.୪ କୋଟି

ଭୁବନେଶ୍ବର: ଫନି ପ୍ରଭାବିତ ଲୋକଙ୍କ ପାଇଁ ୟୁକୋ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ବ୍ୟାଙ୍କର ଏମଡି ତଥା ସିଇଓ ଏ କେ ଗୋଏଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଏବାବଦ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ତଥା ଏସଏଲବିସି ଆବାହକ ଉଜ୍ଜ୍ବଳ କୁମାର, ଜୋନାଲ ମ୍ୟାନେଜର (ଭୁବନେଶ୍ବର) ଟି ଆର ଚୋକଲିଙ୍ଗମଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ୟାଙ୍କର କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ଏଥିପାଇଁ ଦାନ କରିଛନ୍ତି।

ସମ୍ବନ୍ଧିତ ଖବର