ଭୁବନେଶ୍ବର : ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଇସ୍ରାକ ଅଲ୍ଲୀ ଖାଁ ଦୁଇ ଦିନିଆ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପରିଦର୍ଶନରେ ଆସିଥିଲେ। ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡ଼ିକୁ ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ସମାରୋହରେ ସେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେ ବ୍ୟାଙ୍କର ଆଞ୍ଚଳିକ ତାଲିମ କେନ୍ଦ୍ରରେ ନୂତନ ଭାବେ ଯୋଗ ଦେଇଥିବା ପ୍ରୋବେସନାରି ଅଫିସରମାନଙ୍କୁ ସମ୍ବୋଧନ କରିଥିଲେ। ସେ ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ଏବଂ ଭୁବନେଶ୍ୱର ସହରାଞ୍ଚଳ ଅଧିନସ୍ଥ ଶାଖାଗୁଡିକର କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିଲେ। ବ୍ୟାଙ୍କର ସଚିବାଳୟ ଶାଖା ପରିଦର୍ଶନ କରିବା ସହ ସେ ଗୁରୁଜଙ୍ଗସ୍ଥିତ ପାଇକଟିଗିରିଆ ଶାଖାର ଏକ ନୂତନ ଏଟିଏମ୍କୁ ଉଦ୍ଘାଟନ କରିଥିଲେ ଓ ମହିଳା ଏସ୍ଏଚ୍ଜି ଏବଂ ମୁଦ୍ରା ହିତାଧିକାରୀମାନଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ।
ୟୁକୋ ବ୍ୟାଙ୍କ ଇଡିଙ୍କ ଭୁବନେଶ୍ବର ଗସ୍ତ
/sambad/media/post_attachments/wp-content/uploads/2022/05/biz.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)