ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ୯୨୯.୭୬ କୋଟି ଟଙ୍କା ନିଟ୍ ଲାଭ କରିଛି। ଚତୁର୍ଥ ତ୍ରୟମାସରେ ବ୍ୟାଙ୍କର ନିଟ୍ ଲାଭ ୩୧୨.୧୮ କୋଟି ଟଙ୍କା ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତୁଳନାରେ ୨୯୦.୧୧ ପ୍ରତିଶତ ଅଧିକ। ସେହିପରି ବ୍ୟାଙ୍କର ମୋଟ ବ୍ୟବସାୟ ଆଲୋଚ୍ୟ ଆର୍ଥିକ ବର୍ଷରେ ୯.୧୦ ପ୍ରତିଶତ ବୃଦ୍ଧି ପାଇ ୩୫୩୮୫୦.୨୪ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ମୋଟ ଜମା ପୂର୍ବ ବର୍ଷ ତୁଳନାରେ ୮.୮୨ ପ୍ରତିଶତ ବୃଦ୍ଧି ପାଇ ୨୨୪୦୭୨.୯୦ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ବ୍ୟାଙ୍କର ମୋଟ ଅଗ୍ରିମରେ ୯.୬୦ ପ୍ରତିଶତ ବୃଦ୍ଧି ଘଟି ୧୨୯୭୭୭.୩୪ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ବ୍ୟାଙ୍କ ତରଫରୁ ୨୦୦ଟି ନୂତନ ଶାଖା ଖୋଲାଯିବାର ଯୋଜନା ରହିଛି।
ୟୁକୋ ବ୍ୟାଙ୍କର ନିଟ୍ ଲାଭ ୯୨୯.୭୬ କୋଟି
/sambad/media/post_attachments/wp-content/uploads/2021/07/uco-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)