ଭୁବନେଶ୍ୱର: ୟୁକୋ ବ୍ୟାଙ୍କ ଅଫିସର୍ସ ସଂଘ, ଓଡିଶାର ୧୪ତମ ଦ୍ୱିବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀକୁ ୟୁକୋ ବ୍ୟାଙ୍କର ଓଡ଼ିଶା ସର୍କଲ ମୁଖ୍ୟ ଅନିଲ କୁମାର ଉଦ୍ଘାଟନ କରିଥିଲେ। ଉତ୍ସବରେ ୟୁକୋ ବ୍ୟାଙ୍କର ସର୍ବଭାରତୀୟ ଅଫିସର୍ସ ସଂଘର ସଭାପତି ମହେଶ ଗୁପ୍ତା ଓ ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ସଂଘର କୋଷାଧ୍ୟକ୍ଷ ଜି.ଗୁଣା ଶେଖରନ ଓ ସର୍ବ ଭାରତୀୟ ୟୁକୋ ବ୍ୟାଙ୍କ ସଂଘର ସାଧାରଣ ସଂପାଦକ ଏବଂ ୟୁକୋ ବ୍ୟାଙ୍କ ସଂଘ ଓଡିଶାର ପୂର୍ବତନ ସାଧାରଣ ସଂପାଦକ ଅଜୟ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ପୂର୍ବତନ ସାଧାରଣ ସଂପାଦକ ପ୍ରୀତିଶ ଚନ୍ଦ୍ର ବାସା, ସଂଘର ସଭାପତି ଅଶୋକ କୁମାର ଦାଶ, ସାଧାରଣ ସଂପାଦକ ଅଜୟ କୁମାର ରାଉତରାୟ ଉପସ୍ଥିତ ଥିଲେ। ଉତ୍ସବରେ ୨୦୧୮-୨୦୨୦ ବର୍ଷ ନିମନ୍ତେ ଶରତ ଚନ୍ଦ୍ର ସିଂ, ସଭାପତି ଓ ଅଶୋକ କୁମାର ଦାଶ, ସାଧାରଣ ସଂପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆର.କେ.ଡାନିସ୍ ସଂଚାଳନ କରିବା ବେଳେ ସୁକାନ୍ତ କୁମାର ଛାଟୋଇ ଧନ୍ୟବାଦ ଦେଇଥିଲେ।
ୟୁକୋ ବ୍ୟାଙ୍କ ଅଫିସର୍ସ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ
/sambad/media/post_attachments/wp-content/uploads/2018/01/uco-meeting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)