ଭୁବନେଶ୍ୱର: ଚଳିତ ବର୍ଷକୁ ୟୁକୋ ବ୍ୟାଙ୍କ ଏହାର ପ୍ଲାଟିନମ୍ ଜୁବିଲି ବର୍ଷରୂପେ ପାଳନ କରୁଅଛି। ରାଜ୍ୟର ସମସ୍ତ ୨୫୦ ଶାଖା ଏବଂ କାର୍ଯ୍ୟାଳୟ ମାନଙ୍କରେ ଏହା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ରାଜଧାନୀରେ ବ୍ୟାଙ୍କ ପକ୍ଷରୁ ଏକ ‘ରୋଡ୍ ସୋ’ ର ଆୟୋଜନ ବ୍ୟାଙ୍କର ମହାପ୍ରବନ୍ଧକ ତଥା ମଣ୍ଡଳ ମୁଖ୍ୟ ଅନିଲ କୁମାରଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ବ୍ୟାଙ୍କର ୭୫ତମ ପ୍ରତିଷ୍ଠା ଦିବସ ୬ ଜାନୁଆରି ୨୦୧୮ ସୁଦ୍ଧା ୭୫,୦୦୦ ହିତାଧିକାରୀଙ୍କୁ ମୁଦ୍ରାଋଣ ପ୍ରଦାନ ଲକ୍ଷ୍ୟ ରହିଥିବା ସ୍ଥଳେ ବ୍ୟାଙ୍କ ପକ୍ଷରୁ ୦୪ ଜାନୁଆରି ସୁଦ୍ଧା ୮୧,୯୭୪ଜଣ ହିତାଧିକାରୀଙ୍କୁ ଋଣ ମଞ୍ଜୁର କରାଯାଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା। ଭାରତ ଡିଜିଟାଲକରଣ ଅଭିଯାନରେ ୟୁକୋ ବ୍ୟାଙ୍କ ତରଫରୁ ଓଡ଼ିଶାର ୮ଟି ଗ୍ରାମକୁ ପୋଷ୍ୟଗ୍ରାମ ରୂପେ ଗ୍ରହଣ କରାଯାଇଥିଲା। ଏହି ଅଭିଯାନରେ ସଂପୃକ୍ତ ଗ୍ରାମପଞ୍ଚାୟତକୁ ୱାଇ-ଫାଇ ସେବା ସହିତ ପ୍ରତ୍ୟେକ ଗ୍ରାମକୁ ୩ଟି ପିଓଏସ୍ ମେସିନ୍ ବଣ୍ଟନ କରାଯାଇଛି। ଏହି ଗ୍ରାମ ଗୁଡିକ ହେଉଛି କଟକ ଜିଲ୍ଲାର କୁଆଁପାଳ, ଚମ୍ପେଶ୍ୱର, ହିଞ୍ଜିଳିକାଟୁର ନୃତଙ୍ଗ, ଜଗତସିଂହପୁର ଜିଲ୍ଲାର ବାଲିସାହି, ବାଲେଶ୍ୱର ଜିଲ୍ଲାର ପଣପଣା ଓ କଳାହାଣ୍ଡି ଜିଲ୍ଲାର ରିସିଦା, ସୁନ୍ଦରଗଡ ଜିଲ୍ଲାର କାଂଶବାହାଲ ଓ ବରଗଡ ଜିଲ୍ଲାର ଚକରକେନ୍ଦ।
ୟୁକୋ ବ୍ୟାଙ୍କର ପ୍ଲାଟିନମ୍ ଜୟନ୍ତୀ ପାଳିତ
/sambad/media/post_attachments/wp-content/uploads/2018/01/uco-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)